ଇଟାଲୀରେ ବି ବର୍ଷା ବିତ୍ପାତ, ପୋଲ ଭାଙ୍ଗି ୩୦ ମୃତ

ରୋମ : ପ୍ରବଳ ବର୍ଷା କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟକିଛି ଦେଶରେ ମଧ୍ୟ ତାଣ୍ଡବ ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ଇଟାଲୀର ଜିନୋଆ ସହରରେ ଥିବା ଏକ ପୋଲ ଭାଙ୍ଗିଯିବାରୁ ଅତିକମରେ ୩୦ ଲୋକ ପ୍ରାଣ ହରାଇଛନ୍ତି । ଆହୁରି ଅନେକ ଲୋକ ଗୁରୁତର ଆହତ ହୋଇଥିିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ବ୍ରିଜଟି ବର୍ଷାରେ ଭୁଷୁଡ଼ିପଡି ତଳେ ଥିବା ଏକ କାରଖାନା ଓ କେତେକ ଘରେ ପଡିବାରୁ ଲୋକମାନେ ମୃତାହତ ହୋଇଛନ୍ତି ।

 

କେବଳ ଏତିକି ନୁହେଁ ତଳେ ଥିବା କେତେକ ଟ୍ରକ ଓ କାର ଉପରେ ମଧ୍ୟ ବ୍ରିଜର କିଛି ଅଂଶ ପଡିବାରୁ ସେଥିରେ ଥିିବା ଲୋକମାନେ ମୃତାହତ ହୋଇଛନ୍ତି । ଏହି ବ୍ରିଜଟି ୧୯୬୦ ମସିହାରେ ନିର୍ମାଣ ହୋଇଥିଲା ଓ ଗତ ୨୦୧୬ରେ ଏହାର ମରାମତି କରାଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର