ଭାରତରେ ସାମ୍ବାଦିକତା କରୁଥିଲେ ଇଂଲଣ୍ଡର ଏହି ମନ୍ତ୍ରୀ, ଲୋକଙ୍କ ସହ ମେଟ୍ରୋରେ ଯାଆନ୍ତି, କ୍ରିକେଟ୍ ଖେଳନ୍ତି

ଲଣ୍ଡନ : ସମ୍ବାଦିକତାରୁ ମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେବା କିଛି ନୂଆକଥା ନୁହେଁ। ଏହାର ବହୁ ଉଦାହରଣ ରହିଛି। ଏହାର ଆଉ ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି । ସେ ହେଉଛନ୍ତି ବ୍ରିଟେନର ପରିବହନ ମନ୍ତ୍ରୀ ଜୋ ଜନସନ ଅଟନ୍ତି । ତାଙ୍କ ପ୍ରସଙ୍ଗ ସାମ୍ନାକୁ ଆଣିବାର ଉଦ୍ଦେଶ୍ୟ ହେଲା ଜନସନ୍ ଏକଦା ଭାରତରେ ରହି ସାମ୍ବାଦିକତା କରୁଥିଲେ। ନିକଟରେ ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା ଟ୍ୱିଟ କରି ଏହା ଦର୍ଶାଇଛନ୍ତି। ଜୋ ଜନସନ ୨୦୦୫ରୁ ୨୦୦୮ ଯାଏଁ ଅନ୍ତର୍ଜାତୀୟ ସମ୍ବାଦପତ୍ର ଫାଇନାନ୍ସସିଆଲ ଟାଇମ୍ସର ଦକ୍ଷିଣ ଏସିଆ ବ୍ୟୁରୋମୁଖ୍ୟ ଭାବେ ନୂଆଦିଲ୍ଲୀ ଅବସ୍ଥାପିତ ଥିଲେ ।

ଏବେ ଜୋ ଜନସନ ବ୍ରିଟେନର ପରିବହନ ମନ୍ତ୍ରୀ ସହ ଲଣ୍ଡନର ମନ୍ତ୍ରୀ ମଧ୍ୟ ଅଛନ୍ତି । ଜୋ ଜନସନ ବ୍ରିଟେନର ଓରପିଙ୍ଗଟନରୁ ସାଂସଦ ଅଛନ୍ତି । ତେବେ ଜୋ ଜନସନଙ୍କ ସହ ରାମଚନ୍ଦ୍ର ଗୁହାଙ୍କ ସାକ୍ଷାତ ଲଣ୍ଡନର ଅଣ୍ଡରଗ୍ରାଉଣ୍ଡ ମେଟ୍ରୋରେ ହୋଇଥିଲା । ସେ କହିଛନ୍ତି ଯେ, ଜୋ ଜନସନ ଯାତାୟତ ପାଇଁ ଅଧିକାଂଶ ସମୟ ପବ୍ଲିକ ଟ୍ରାନ୍ସପୋର୍ଟର ହିଁ ବ୍ୟବହାର କରିଥାନ୍ତି । ଜୋ ଜନସନ ଅତ୍ୟନ୍ତ ଶାନ୍ତ ସ୍ୱଭାବର ଅଟନ୍ତି ଏବଂ ଲୋକମାନଙ୍କ ସହ ମିଳାମିଶା କରିବାକୁ ପସନ୍ଦ କରିଥାନ୍ତି ।

କେବଳ ରାଜନୀତି ନୁହେଁ, ଜୋ ଜନସନ କ୍ରିକେଟ ଖେଳିବାକୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି। ସେ ଚ୍ୟାରିଟି ମ୍ୟାଚରେ ଇଂଲଣ୍ଡ ଟିମ ବିପକ୍ଷରେ ମଧ୍ୟ ମ୍ୟାଚ ଖେଳି ସାରିଛନ୍ତି । ତେବେ ରାଜନୀତି ଏବଂ ସାମ୍ବାଦିକତା ଦିଗରେ ଆସିବା ପୂର୍ବରୁ ଜୋ ଜନସନ ଡୋଇଚେ ବ୍ୟାଙ୍କରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଥିଲେ ।

ଜୋ ଜନସନଙ୍କୁ ସାମ୍ବାଦିକତାରେ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ସେ ସାମ୍ବାଦିକ ସହ ଏକା ଧାରାରେ ଲେଖକ ମଧ୍ୟ ଅଟନ୍ତି । ଏପରିକି ତାଙ୍କ ବିବାହ ଦ ଗାର୍ଡିଆନର ସାମ୍ବାଦିକା ଏମେଲା ଜେଣ୍ଟଲମ୍ୟାନଙ୍କ ସହ ହୋଇଛି ।

ସମ୍ବନ୍ଧିତ ଖବର