ଏହି ଦେଶକୁ ଉଡ଼ାଣ ରଦ୍ଦ କଲା ବ୍ରିଟିଶ ଏୟାରୱେଜ

ଲଣ୍ଡନ: ସାରା ବିଶ୍ୱରେ ନିଜର ଉନ୍ନତ ଆତିଥ୍ୟ ସେବା ବିମାନ କମ୍ପାନୀ ବ୍ରିଟିଶ ଏୟାରୱେଜ ବେଶ ଜଣାଶୁଣା | ତେବେ ବ୍ରିଟିଶ ଏୟାରୱେଜ ସୁରକ୍ଷା କାରଣ ଦର୍ଶାଇ ମିଶରର ରାଜଧାନୀ କାହିରାକୁ ଉଡ଼ାଣ ରଦ୍ଦ କରିଦେଇଛି | କମ୍ପାନୀ ଦ୍ୱାରା ଘୋଷଣା କରାଯାଇଛି ଯେ ବିଶ୍ୱର ସବୁ ବିମାନବନ୍ଦରର ସୁରକ୍ଷାକୁ ସମୀକ୍ଷା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି |

ଭବିଷ୍ୟତରେ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆସିଲେ ପୁଣି ଉଡ଼ାଣ କରାଯିବ | ତେବେ ବର୍ତ୍ତମାନ ୭ ଦିନ ପାଇଁ ଏହି ବିମାନ ଉଡ଼ାଣକୁ ସ୍ଥଗିତ ରଖାଯାଇଛି ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି | ବ୍ରିଟିଶ ଏୟାରୱେଜ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀ ଓ ବିମାନ କର୍ମଚାରୀଙ୍କର ସୁରକ୍ଷା ସବୁବେଳେ ପ୍ରାଥମିକତା ଦିଆଯାଉଛି |

oneindia.com

ତେଣୁ ଯେ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ହୃଦୟଙ୍ଗମ ନ ହୋଇଛି ସେହି ସମୟ ଯାଏଁ ଉଡ଼ାଣ କରାଯିବ ନାହିଁ | ବ୍ରିଟେନର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି | ସେହିପରି ମିଶରରୁ ବ୍ରିଟେନକୁ ଆସୁଥିବା ସମସ୍ତ ବିମାନଙ୍କୁ କଡା ଯାଞ୍ଚ କରାଯାଉଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର