ଅନାସ୍ଥା ଭୋଟ୍‌ରେ ଜିଣିଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ତେରେସା ମେ

ନୂଆଦିଲ୍ଲୀ: ବୁଧବାର ଦିନ ସ୍ଥାନୀୟ ସମୟ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ଟରି ସାଂସଦମାନେ ଭୋଟ ଦେବା ପରେ ତେରେସା ମେ ୧୧୭ ପରିବର୍ତ୍ତେ ୨୦୦ ସିକ୍ରେଟ୍‌ ବାଲଟ୍‌ ବିଜୟିନୀ ହୋଇଛନ୍ତି।

ୟୁକେର ଇୟୁ ରାଜିନାମା ପ୍ରତ୍ୟାହାର ଉପରେ ହାଉସ୍‌ ଅଫ୍‌ କମନ୍‌ସ୍‌ରେ ମଙ୍ଗଳବାର ଦିନ କ୍ରଞ୍ଚ୍‌ ଭୋଟ୍‌ ବାତିଲ କରିବା ନିମନ୍ତେ ସେ ନିଷ୍ପତ୍ତି ଗ୍ରହଣ କରିବାରୁ ଅନ୍ୟୂନ ୪୮ ଜଣ ଟରି ସାଂସଦ ଅନାସ୍ଥା ପ୍ରସ୍ତାବ ପତ୍ର ଆଗତ କରିବା କାରଣରୁ ସିକ୍ରେଟ୍‌ ବାଲଟ୍‌ ଭୋଟ୍‌ ଅନୁଷ୍ଠିତ ହୋଇଥିଲା। ଏହି ଅନାସ୍ଥା ପ୍ରସ୍ତାବ ପତ୍ର ବିଦ୍ରୋହି ସାଂସଦମାନଙ୍କର ଚୂଡ଼ାନ୍ତ ମତାମତ ଭାବେ ଦେଖାଯାଇଥିଲା।

୧୯୨୨ କମିଟି ଅଫ୍‌ ଟରି ବ୍ୟାକ୍‌ବେଞ୍ଚର୍ସର ଅଧ୍ୟକ୍ଷ ସାଂସଦ ସାର୍‌ ଗ୍ରାହମ୍‌ ବ୍ରାଡି ସ୍ଥାନୀୟ ସମୟ ରାତି ୯ଟା ବେଳେ କମିଟିର ରୁମ୍‌ ନମ୍ବର ୧୪ରେ ତେରେସାଙ୍କ ଦଳର ହର୍ଷୋଲ୍ଲାସ ଓ ପ୍ରଶଂସା ମଧ୍ୟରେ ଫଳାଫଳ ଘୋଷଣା କରିଥିଲେ।

ଅନେକ କଞ୍ଜର୍‌ଭେଟିଭ୍‌ ସାଂସଦ କହିଲେ ବ୍ରିକ୍‌ସିଟ୍‌ ଡେଲିଭରି ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟାପାରରୁ ଭୋଟ୍‌ ବାଟଭାଙ୍ଗି ଯାଇଥିବାରୁ ସେମାନେ ଆଶ୍ୱସ୍ତ।
ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ବାହାରେ ଫଳାଫଳ ଘୋଷଣା ହେବା ପରେ ପରେ ମେ କହିଲେ: ଦିନଟି ଥିଲା ଲମ୍ବା ଏବଂ ଆହ୍ଵାନଭରା, କିନ୍ତୁ ଶେଷରେ ଆଜି ରାତିର ବାଲଟ୍‌ରେ ମୋ ସହଯୋଗୀମାନଙ୍କ ସହଯୋଗ ପାଇ ମୁଁ ସନ୍ତୁଷ୍ଟ। ସେମାନଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞ ଥିବା ବେଳେ ଉଲ୍ଲେଖ ଯୋଗ୍ୟ ସଂଖ୍ୟକ ସହଯୋଗୀ ମୋ ବିରୋଧରେ ଦେଇଥିଲେ ଏବଂ ସେମାନେ ଯାହା କହିଥିଲେ ତାହା ମୁଁ ଶୁଣିଥିଲି। ଭୋଟ୍‌ ପରେ ଆମେ ବ୍ରିଟିସ ଲୋକଙ୍କୁ ବ୍ରିକ୍‌ସିଟ୍‌ ଦେବା ଓ ଏ ଦେଶର ଉତ୍ତମ ଭବିଷ୍ୟତ ନିମନ୍ତେ କାମରେ ଲାଗିପଡ଼ିବା ଉଚିତ।

ସମ୍ବନ୍ଧିତ ଖବର