ବ୍ରିଟିସ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କୁ ହତ୍ୟା ଉଦ୍ୟମ ପଣ୍ଡ

ଅହମଦାବାଦ୍‌: ବ୍ରିଟିସ ପ୍ରଧାନମନ୍ତ୍ରୀ ଥେରେସା ମେ’ ଏବେ ବିପଦରେ। ଥେରେସା ମେ’ଙ୍କୁ ହତ୍ୟା କରିବା ପାଇଁ ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌ର ଏକ ପ୍ରୟାସକୁ ବ୍ରିଟିସ ଗୁଇନ୍ଦା ବିଭାଗ ପଣ୍ଡ କରିଦେଇଛି। ୨ ଜଣ ଆଇଏସ୍‌ ଆତଙ୍କବାଦୀ ଥେରେସାଙ୍କୁ ହତ୍ୟା କରିବା ପାଇଁ ଚୂଡ଼ାନ୍ତ ଯୋଜନା କରି ଆକ୍ରମଣ ପାଇଁ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଗିରଫ କରିବାରେ ବ୍ରିଟିସ୍‌ ସୁରକ୍ଷା ବାହିନୀ ସମର୍ଥ ହୋଇଛି। ବ୍ରିଟେନ ଗୁଇନ୍ଦା ବିଭାଗ ଏମଆଇ-ଫାଇଭ୍‌, ଆତଙ୍କବାଦୀ ନିରୋଧ ସୁରକ୍ଷା ସେବା ଏବଂ ପୁଲିସର ମିଳିତ ଚଢ଼ଉରେ ୨ ଆତଙ୍କବାଦୀଙ୍କୁ ଲଣ୍ଡନ ଏବଂ ବର୍ମର୍ିଂହାମରୁ ଗିରଫ କରାଯାଇଛି। ମେଟ୍ରୋପଲିଟାନ ପୁଲିସ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରିସାରିଛି। ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଲଣ୍ଡନର ହୋଇଥିବାବେଳେ ଅନ୍ୟଜଣେ ବର୍ମିଂହାମ୍‌ର ବୋଲି ଜଣାଯାଇଛି। ଆଇଏସ୍‌ ବିରୋଧୀ ଲଢ଼େଇ ନେଇ ପୂର୍ବ ସରକାରଙ୍କ ଆଭିମୁଖ୍ୟକୁ ଥେରେସା ସଂପୂର୍ଣ୍ଣ ସମର୍ଥନ କରିଥିବାରୁ ତାଙ୍କୁ ହତ୍ୟା କରିବାକୁ ଆଇଏସ୍‌ ଯୋଜନା କରିଥିଲା।

ସମ୍ବନ୍ଧିତ ଖବର