ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବି: ଅମିତ ଶାହଙ୍କ ଗାଡ଼ି ଭାଙ୍ଗିଲେ ଟିଡିପି କର୍ମୀ

ହାଇଦ୍ରାବାଦ: ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ଆଜି ଅସନ୍ତୁଷ୍ଟ ଟିଡିପି କର୍ମୀମାନେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଜୋର୍‌ଦାର ବିରୋଧ କରିଛନ୍ତି। ଚିତ୍ତୋର ଜିଲ୍ଲାର ତିରୁମାଳାରେ ଶାହଙ୍କ ରାସ୍ତା ଅବରୋଧ କରି ତାଙ୍କ କାର୍‌ ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଏଥିରେ କାର୍‌ କାଚ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଆଜି ବିଜେପି ଏବଂ ଟିଡିପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଶାହ ଆଜି ସକାଳେ ପ୍ରଭୁ ଭେଙ୍କଟେଶ୍ୱର ଦର୍ଶନ ପାଇଁ ତିରୁମାଲାରେ ପହଞ୍ଚିଥିଲେ। ଫେରିବା ବେଳେ ରାସ୍ତାରେ ଟିଡିପି କର୍ମୀମାନେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଶାହଙ୍କ ଗାଡ଼ି ପଛରେ ଆସୁଥିବା ବିଜେପି କର୍ମୀମାନେ ଟିଡିପି କର୍ମୀମାନଙ୍କୁ ପ୍ରତିରୋଧ କଲାବେଳେ ବିଜେପି ଏବଂ ଟିଡିପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ସମ୍ବନ୍ଧିତ ଖବର