ତ୍ରିପୁରା: ତିନି ସହକର୍ମୀଙ୍କୁ ଗୁଳି ମାରି ଆତ୍ମହତ୍ୟା କଲେ ବିଏସ୍‌ଏଫ୍‌ ଯବାନ୍‌

ଅଗରତାଲା: ଅଗରତାଲା ଠାରୁ ପ୍ରାୟ ୧୮୦ କିଲୋମିଟର୍‌ ଦୂର ଉନାକୋଟି ଜିଲ୍ଲା ଅନ୍ତର୍ଗତ ମାଗୁରୁଲି ବର୍ଡର୍‌ ଆଉଟ୍‌ ପୋଷ୍ଟ୍‍ ଠାରେ ଗତ ରାତିରେ ଜଣେ ବିଏସ୍‌ଏଫ୍‌ ଯବାନ୍‌ ନିଜ ସର୍ଭିସ୍‌ ବନ୍ଧୁକରେ ତିନି ଜଣ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କରିବା ସହ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା କଥା ପୁଲିସ କହିଛି।

ସ୍ପେସାଲ୍‌ ବ୍ରାଞ୍ଚ୍‌ ଏସ୍‌ପି ଶଙ୍କର ଦେବନାଥ କହିଛନ୍ତି ଆତ୍ମହତ୍ୟା କରିବା ଆଗରୁ ସେ ବିଏସ୍‌ଏଫ୍‌ ଯବାନଜଣକ ଜଣେ ହେଡ୍‌ କନେଷ୍ଟବଳଙ୍କ ମିଶାଇ ଅନ୍ୟ ତିନି ଜଣଙ୍କୁ ଗୁଳି କରି ମାରିଛନ୍ତି।

ଘଟଣା ରାତି ପ୍ରାୟ ଗୋଟାଏ ବେଳେ ଘଟିଛି।

ଘଟଣାସ୍ଥଳରେ ହିଁ ହେଡ୍‌ କନେଷ୍ଟବଳଙ୍କର ଦେହାନ୍ତ ହୋଇଥିଲା। ଆହତ ଯବାନମାନଙ୍କ ମଧ୍ୟରୁ ଜଣେ ଉନାକୋଟି ଡାକ୍ତରଖାନାରେ ମରିଗଲେ ଏବଂ ଅଗରତାଲାର ଆଇଏଲ୍‌ଏସ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିବା ଅନ୍ୟ ଜଣେ ଆହତ ଯବାନ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ତଦନ୍ତ ଚାଲିଛି ଏବଂ ପରେ ବିଷଦ୍‌ ବିବରଣୀ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର