ଏହି କାରଣରୁ ବାଂଲାଦେଶ ସୀମାରେ ମାସ୍କ ପିନ୍ଧି ଶତ୍ରୁଙ୍କ ସହିତ ଲଢ଼ୁଛନ୍ତି ଯବାନ !

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ର  ଯବାନମାନେ ଏକ ଭିନ୍ନ ଉପାୟ ଆପଣାଇ ଭିନ୍ନ ଏକ ଶତ୍ରୁର ସାମ୍ନା କରୁଛନ୍ତି। ଯବାନ ଏହି ଶତ୍ରୁଙ୍କ ସାମ୍ନା କରିବା ପାଇଁ ଏକ ଭିନ୍ନ ପ୍ରକାର ମାସ୍କ ପିନ୍ଧୁଛନ୍ତି। ଏହି ମାସ୍କ ଏକ ଜାଲ ଭଳି ହୋଇଥାଏ। ବାସ୍ତବରେ ତ୍ରିପୁରା ଓ ମିଜୋରମ ମ୍ୟାଲେରିୟା  ଜୋନ୍‌ରେ ଆସିଥାଏ। ଏଠାରେ ମଶା କାମୁଡିବା ହେତୁ ମ୍ୟାଲେରିଆ ହେବାର ସମ୍ଭାବନା ଅଧିକ ରହିଥାଏ। ଏଥିରୁ ବଞ୍ଚିବା ପାଇଁ ଯବାନମାନେ ମାସ୍କ ପିନ୍ଧି ଶତ୍ରୁଙ୍କ ସହିତ ଲଢ଼ୁଛନ୍ତି।

ତ୍ରିପୁରା ସୀମା ବାଂଲାଦେଶ ସହିତ ଲାଗି ରହିଛି। ଏଠାରେ ନିୟୋଜିତ ହୋଇଥିବା ଯବାନ ମ୍ୟାଲେରିଆ କବଳରୁ ରକ୍ଷା ପାଇବା ପାଇଁ ଏହି ସ୍ୱତନ୍ତ୍ର ଉପାୟ ଆପଣାଇଛନ୍ତି। ସୀମାରେ ଯବାନ ଫୁଲ ବଡି ୟୁନିଫର୍ମ ଓ ଗ୍ଲୋବ୍ସ ପିନ୍ଧି ଥାଆନ୍ତି। ଏଥିସହିତ ଧୁଆଁ ଉତ୍ପନ୍ନ କରୁଥିବା ଏକ ଡିଭାଇସ୍‌ ବି ରଖି ଥାଆନ୍ତି, ଯାହାକି ଡିୟୁଟି କରୁଥିବା ସମୟରେ ମଶାକୁ ଦୂରେଇ ରଖିଥାଏ। ବାଂଲାଦେଶ ସୀମାରେ ସାଧାରଣତଃ ଯବାନଙ୍କୁ ଆତଙ୍କବାଦୀ ଓ ସ୍ମଗଲରଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ। କିନ୍ତୁ ମଶାଙ୍କ ପ୍ରକୋପ ଯବାନଙ୍କ ଜୀବନକୁ ଆହୁରି କଠିନ ବନାଇ ଦେଇଛି।

ସମ୍ବନ୍ଧିତ ଖବର