ବାପାଙ୍କୁ କୋଳେଇ ଧରିବାର ୬ ଘଣ୍ଟା ନ ପୂରୁଣୁ ସହିଦ ହେଲେ ବିଏସ୍‌ଏଫ୍‌ ଅଧିକାରୀ ଜିତେନ୍ଦ୍ର

ଜୟପୁର: ଜମ୍ମୁ ରୁ ଜୟପୁରକୁ ସମୁନ୍ଦ୍ର ସିଂହ ଚୌଧୁରୀ ମାତ୍ର ଛଅ ଘଣ୍ଟା ଟ୍ରେନ୍‌ ଯାତ୍ରା କରିଛନ୍ତି କି, ନାହିଁ ବିଏସ୍‌ଏଫ୍‌ ଅଧିକାରୀ ଖବର ଦେଲେ କି, ତାଙ୍କ ୩୪ ବର୍ଷିୟ ପୁଅ ଜିତେନ୍ଦ୍ର ସହିଦ ହୋଇଗଲେ। ସୀମାନ୍ତ ବଳରେ ସହକାରୀ କମାଣ୍ଡାଣ୍ଟ୍‌ ଭାବେ ନିଯୁକ୍ତ ହୋଇଥିବା ଜିତେନ୍ଦ୍ର ବୁଧବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ସାମ୍ବା ଜିଲ୍ଲାରେ ପାକିସ୍ତାନ ତରଫରୁ ହୋଇଥିବା ଅସ୍ତ୍ରବିରତି ସମୟରେ ମୃତ୍ୟୁ ବରଣ କରିଛନ୍ତି।

ଯାତ୍ରାଜିନିତ କ୍ଳାନ୍ତି ଓ ବିକଳ କ୍ରନ୍ଦନ ଯୋଗୁଁ ଥରକୁ ଥର ଅଚେତ ହୋଇ ପଡୁଥିବା ପତ୍ନୀଙ୍କ ଅଧୈର୍ଯ୍ୟପଣିଆରେ ସ୍ତବ୍ଧ ହୋଇଯାଇଥିବା ସିଂହ କହନ୍ତି: ଛଅ ଘଣ୍ଟା ହୋଇ ନାହିଁ ଜମ୍ମୁ ରେଳ ଷ୍ଟେସନ୍‌ରେ ସେ ମୋତେ ଜାବୁଡ଼ି ଧରିଥିଲା। ମୁଁ ରେଳଯାତ୍ରା କରୁଥିବା ସମୟରେ ହିଁ ତା’ର ମୃତ୍ୟୁ ଖବର ପାଇଲି।

ସକାଳ ପହରୁ ଜୟପୁର ଅନ୍ତର୍ଗତ ରଜତ ପଥ ଅଞ୍ଚଳରେ ଥିବା ସିଂହଙ୍କ ବାସଭବନକୁ ଲୋକମାନଙ୍କର ସୁଅ ଛୁଟିଛି। ଜିତେନ୍ଦ୍ର ଓ ତାଙ୍କ ପରିବାରଙ୍କୁ ଜାଣି ନ ଥିବା ଦୂରଦୂରାନ୍ତରେ ଥିବା କଲୋନିର ଲୋକେ ମଧ୍ୟ ହ୍ଵାଟ୍‌ସ୍‌ଆପ୍‌ରୁ ଓ ସ୍ଥାନୀୟ ନିଉଜ୍‌ ଚାନେଲ୍‌ରୁ ତାଙ୍କ ସହିଦ ହେବା ପ୍ରସଙ୍ଗ ଶୁଣି ତାଙ୍କ ଘରକୁ ଆସୁଛନ୍ତି।

ଲୁହ ନ ଝରାଇବାକୁ ଉଦ୍ୟମ କରି ସମୁନ୍ଦ୍ର ସିଂହ ସ୍ଥିରଚିତ୍ତ ଥିବା ପରି ମନେହେଉଛନ୍ତି। ଦୁଃଖ ସମୟରେ ମଧ୍ୟ ସେ କେମିତି ଗୌରବାନ୍ଵିତ ମନେ କରୁଛନ୍ତି ତାହା ବର୍ଣ୍ଣନା କରୁଛନ୍ତି। ସେ କହନ୍ତି: ଏବେ ପାକିସ୍ତାନ ବିରୋଧରେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବେଳ ଆସିଛି।

ଜିତେନ୍ଦ୍ରଙ୍କର ଉତ୍ତରାଧିକାରୀ ରୂପେ ଅଛନ୍ତି ପତ୍ନୀ ରେଣୁ ଓ ତିନି ବର୍ଷର ପୁଅ ଯଶ।

ସିଂହ ଆହୁରି କହନ୍ତି: ପଦୋନ୍ନତି ପାଇ ସେ ବଦଳି ହେବା ପୂର୍ବରୁ ମୋତେ ଜମ୍ମୁ ବୁଲାଇ ନେବ ବୋଲି କିଛି ଦିନ ହେବ ଟେଲିଫୋନ୍‌ କରିଥିଲା।
ଭରତପୁର ଜିଲ୍ଲାର ମୂଳ ବାସିନ୍ଦା ସିଂହଙ୍କ ପରିବାର ୧୦ ବର୍ଷ ତଳେ ଜୟପୁର ଚାଲି ଆସିଥିଲେ ଓ ଜିତେନ୍ଦ୍ର ୨୦୧୧ରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ଜଣେ ପ୍ରତିଭାବାନ୍‌ ଛାତ୍ର ଭାବେ ଜିତେନ୍ଦ୍ର ଅନେକ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। କିନ୍ତୁ ସଶସ୍ତ୍ରବାହିନୀରେ ଯୋଗ ଦେବାକୁ ସେ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର