ଗୋଚାଲାଣକାରୀଙ୍କ ଆକ୍ରମଣରେ ବିଏସ୍‌ଏଫ୍‌ ଅଧିକାରୀ ଲହୁଲୁହାଣ

ଅଗରତାଲା(ତ୍ରିପୁରା) : ତ୍ରିପୁରାର ଭାରତ-ବାଂଲାଦେଶ ସୀମାରେ ସନ୍ଦିଗ୍ଧ ବାଂଗଲାଦେଶୀ ଗୋଚାଲାଣକାରୀଙ୍କ ଆକ୍ରମଣରେ ବିଏସ୍‌ଏଫ୍‌ର ସେକେଣ୍ଡ-ଇନ-କମାଣ୍ଡ ଦୀପକ କେ ମଣ୍ଡଲ୍‌ ଗୁରୁତର ଭାବେ ଆହତ ହୋଇଛନ୍ତି। ରବିବାର ରାତି ପ୍ରାୟ ୨ଟା ବେଳେ ତ୍ରିପୁରାର ସିପାହିଜଲା ଜିଲ୍ଲାର ବେଲାରଡେପ୍ପା ସୀମାରେ ଦୀପକଙ୍କ ନେତୃତ୍ୱରେ ବିଏସ୍‌ଏଫ୍‌ ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ଗୋଚାଲାଣକାରୀମାନେ ଅତର୍କିତ ମାଡ଼ିଆସିଥିଲେ। ପାଖାପାଖି ୨୫ ଜଣ ଗୋଚାଲାଣକାରୀ ପଥରମାଡ଼ କରିବା ସହ ଲାଠି ଏବଂ ଭୁଜାଲିରେ ଆକ୍ରମଣ କରିଥିଲେ। ଗୋଚାଲାଣକାରୀଙ୍କ ଗାଡ଼ି ଦୀପକଙ୍କୁ ପଛରୁ ପିଟି ଦେବା ଫଳରେ ତାଙ୍କ ମୁଣ୍ଡ ଏବଂ ଦୁଇ ଗୋଡ଼ରେ ସାଂଘାତିକ ଆଘାତ ଲାଗିଛି।

ସମ୍ବନ୍ଧିତ ଖବର