ସୀମାରେ ଶାନ୍ତି ପାଇଁ ଉଦ୍ୟମ, ୨୨ରେ ବିଏସ୍‌ଏଫ୍‌-ପାକ୍‌ ରେଞ୍ଜର୍ସର ବୈଠକ

ନୂଆଦିଲ୍ଲୀ: ପାକିସ୍ତାନ ତରଫରୁ ନିୟମିତ ଭାବରେ ଗୁଳିବର୍ଷା ଚାଲିଥିବା ବେଳେ ସୀମାରେ ଉତ୍ତେଜନା କମ୍‌ କରିବା ପାଇଁ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଓ ପାକିସ୍ତାନ୍‌ ରେଞ୍ଜର୍ସ ମଧ୍ୟରେ ଆଗାମୀ ଜାନୁଆରି ୨୨ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ସ୍ଥିରୀକୃତ ହୋଇଛି। କିଛି ଦିନ ହେବ ପାକିସ୍ଥାନ କ୍ରମାଗତ ଭାବରେ ଅସ୍ତ୍ରବିରତି ଉଲଂଘନ କରୁଛି ଓ ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ପରିସ୍ଥିତି ସୁଧାରିବା ପାଇଁ ବିଏସ୍‌ଏଫ୍‌ ଓ ପାକିସ୍ତାନ ରେଞ୍ଜର୍ସ ସେକ୍ଟର କମାଣ୍ଡର ସ୍ତରୀୟ ଆଲୋଚନା କରିବାକୁ ରାଜି ହୋଇଛି। ଜମ୍ମୁର ସେକ୍ଟର କମାଣ୍ଡର ଓ ସିଆଲକୋଟ୍‌ର କମାଣ୍ଡରଙ୍କ ମଧ୍ୟରେ ଏହି ବୈଠକ ଆକ୍ରୋଟୟରେ ହେବ।

ପାକିସ୍ତାନ ଏହି ବୈଠକରେ ଭାଗ ନେବ ନାଁ ନାହିଁ, ଏଥିରେ ସନ୍ଦେହ ଉପୁଜି ଥିଲା। କାରଣ ଜାନୁଆରି ୧୮ରେ ମଧ୍ୟ ଏଭଳି ବୈଠକ ହେବାର ଥିଲା। ବୈଠକ ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା କିନ୍ତୁ ପାକିସ୍ତାନ କୌଣସି ଜବାବ ଦେଇ ନ ଥିଲା। ଏହା ପରେ ବୈଠକ ପାଇଁ ଜାନୁଆରି ୨୨କୁ ଦିନ ଧାର୍ଯ୍ୟ କରାଯାଇଥିଲା। ବିଏସ୍‌ଏଫ୍‌ର କହିବା ଅନୁସାରେ ସୁରକ୍ଷାକର୍ମୀମାନେ ସୀମାରେ ପରିସ୍ଥିତି ଉପରେ ନଜର ରଖିଛନ୍ତି କିନ୍ତୁ ଏହାରି ମଧ୍ୟରେ ପାକିସ୍ତାନ ମଝିରେ ମଝିରେ ଗଣ୍ଡଗୋଳ ସୃଷ୍ଟି କରୁଛି।

ପାକିସ୍ତାନ ଧନ-ଜୀବନକୁ କ୍ଷତି ପହଞ୍ଚାଇବା ପାଇଁ ଗାଁକୁ ଟାର୍ଗେଟ ବନାଉଛି କିନ୍ତୁ ବିଏସ୍‌ଏଫ୍‌ ଏହାର କଡ଼ା ଜବାବ ଦେଉଛି। ସୀମାକୁ ଲାଗିଥିବା ଗାଁରୁ ପାଖାପାଖି ୯୦୦୦ ଲୋକ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ସେହିଭଳି ଏକ ହଜାରରୁ ଅଧିକ ଲୋକଙ୍କୁ ଆରଏସ୍‌ପୁରା, ସାମ୍ବା ଓ କଠୁଆ ଅଞ୍ଚଳକୁ ନିର୍ମାଣ ହୋଇଥିବା ଶିବିରରେ ରହୁଛନ୍ତି।

ପାକିସ୍ତାନ ପକ୍ଷରୁ ଶନିବାର କ୍ରମାଗତ ଭାବରେ ୩ୟ ଥର ପାଇଁ ଅସ୍ତ୍ରବିରତି ଉଲଂଘନ ହୋଇଛି। ଜମ୍ମୁ କଶ୍ମୀରରେ ଅନ୍ତର୍ଜାତୀୟ ସୀମାକୁ ଲାଗିଥିବା ୩ଟି ଜିଲ୍ଲାରେ ଗୁଳିଚାଳନା କରାଯାଇଛି। ଏହି ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ଜଣ ସାଧାରଣଙ୍କ ଲୋକଙ୍କ ମୃତ୍ୟୁ ହୋଇଛି। ବିଏସ୍‌ଏଫ୍‌ର ଜଣେ ଅଧିକାରୀ କହିଛନ୍ତି, ପାକିସ୍ତାନ ରେଞ୍ଜର୍ସ ଅନ୍ତର୍ଜାତୀୟ ସୀମାକୁ ଲାଗିଥିବା ଗାଁକୁ ଲକ୍ଷ୍ୟ କରିବାକୁ ଯାଇ ଶୁକ୍ରବାର ରାତି ସାରା ଗୁଳିବର୍ଷା କରିଛି।

ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି, ପାକିସ୍ତାନ ଧନ-ଜୀବନକୁ କ୍ଷତି ପହଞ୍ଚାଇବା ପାଇଁ ଗାଁକୁ ଟାର୍ଗେଟ ବନାଉଛି କିନ୍ତୁ ବିଏସ୍‌ଏଫ୍‌ ଏହାର କଡ଼ା ଜବାବ ଦେଉଛି। ସୀମାକୁ ଲାଗିଥିବା ଗାଁରୁ ପାଖାପାଖି ୯୦୦୦ ଲୋକ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ସେହିଭଳି ଏକ ହଜାରରୁ ଅଧିକ ଲୋକଙ୍କୁ ଆରଏସ୍‌ପୁରା, ସାମ୍ବା ଓ କଠୁଆ ଅଞ୍ଚଳକୁ ନିର୍ମାଣ ହୋଇଥିବା ଶିବିରରେ ରହୁଛନ୍ତି। ଭାରତ-ପାକିସ୍ତାନ ସୀମାରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଅନ୍ତର୍ଜାତୀୟ ସୀମା ଓ ଜମ୍ମୁରେ ନିୟନ୍ତ୍ରଣ ରୋଖାକୁ ଲାଗି ରହିଥିବା ଅଞ୍ଚଳର ସ୍କୁଲଗୁଡ଼ିକୁ ୩ ଦିନ ପାଇଁ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର