ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ଅବସରରେ ଆଜି ମଧ୍ୟ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ହେଲା ନାହିଁ ମିଷ୍ଟାନ୍ନ ଆଦାନ ପ୍ରଦାନ

ଅମୃତସର/ ନୂଆଦିଲ୍ଲୀ: ଆଜି ପଡ଼ୋଶୀ ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ଅଟ୍ରି- ଓ୍ଵାଘା ବର୍ଡରରେ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ ହୋଇନାହିଁ। ପୂର୍ବରୁ ସ୍ୱାଧୀନତା ଦିବସ ପାଳନ ଅବସରରେ ଉଭୟ ଦେଶ ପକ୍ଷରୁ ଅଟ୍ରି- ଓ୍ଵାଘା ବର୍ଡରରେ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ ଏକ ପରମ୍ପରା ରୂପେ ପାଳିତ ହୋଇ ଆସୁଥିଲା।

ତେବେ,ଚଳିତ ବର୍ଷ ମୋଦି ସରକାର ଜମ୍ମୁ- କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିନେବା ପରେ ଉଭୟ ଦେଶର ପରସ୍ପରିକ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ଅବସରରେ ଅଟ୍ରି- ଓ୍ଵାଘା ବର୍ଡରରେ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ ପାଇଁ ପାକିସ୍ତାନୀ ରେଞ୍ଜର୍ସ ରାଜି ହୋଇ ନଥିବା ଜାଣିବାକୁ ମିଳିଛି। ଏହା ପୂର୍ବରୁ ଇଦ୍‌ ପାଳନ ଅବସରରେ ମଧ୍ୟ ଭାରତର ବିଏସ୍‌ଏଫ୍‌ ଠାରୁ ମିଷ୍ଟାନ୍ନ ଗ୍ରହଣ କରିବାକୁ ପାକିସ୍ତାନୀ ରେଞ୍ଜର୍ସ ମନା କରି ଦେଇଥିଲା।

ସମ୍ବନ୍ଧିତ ଖବର