ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବାକୁ ବିଏସ୍‌ଏଫ୍‌ ଗଠନ କଲା ‘ସ୍ନିପରସ’ ବାହିନୀ; ଏମାନେ କରିବେ ଗୋଟିଏ ଗୁଳିରେ ଗୋଟେ ଶିକାର

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଏକ ‘ସ୍ନିପରସ’ ନାମରେ ଅତ୍ୟନ୍ତ ମାରାତ୍ମକ ବାହିନୀ ଗଠନ କରିଛି। ଏମାନେ ନିୟନ୍ତ୍ରଣ ସୀମା ଅତିକ୍ରମ କରି ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ସହ ବିନା ବାକ୍ୟ ବିନିମୟରେ ଗୁଳିକରି ସିଧାସଳଖ ସେମାନଙ୍କୁ ହତ୍ୟା କରିବେ। ଏଥିସହ ଆତଙ୍କବାଦୀମାନଙ୍କୁ ଭାରତୀୟ ସୀମା ମଧ୍ୟକୁ ପଠାଇବାକୁ ସାହାଯ୍ୟ ସହଯୋଗ କରୁଥିବା ପାକିସ୍ତାନୀ ଜବାନମାନଙ୍କୁ ମଧ୍ୟ ଗୁୁଳିକରି ନିପାତ କରିବାକୁ ଏମାନଙ୍କୁ କ୍ଷମତା ଦିଆଯାଇଛି।

ଖାଲି ଏତିକି ନୁହେଁ, ଶତ୍ରୁ ପକ୍ଷର ସୀମା ମଧ୍ୟରେ ଥାଇ ଯଦି ଆତଙ୍କବାଦୀମାନେ କୌଣସି ପ୍ରକାରର ଯୋଜନା କରୁଥାନ୍ତି ଅବା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଥିବା ସଂପର୍କରେ ଏହି ସ୍ନିପରସ୍‌ ବାହିନୀ ଯଦି କୌଣସି ପ୍ରକାରର ଗୁଇନ୍ଦା ସୂଚନା ପାଆନ୍ତି, ତେବେ ସେ କ୍ଷେତ୍ରରେ ମଧ୍ୟ ଏହି ସ୍ନିପରସ୍‌ ବାହିନୀ ଶତ୍ରୁ ପକ୍ଷର ସୀମା ମଧ୍ୟକୁ ପ୍ରବେଶ କରି ଆତଙ୍କବାଦୀମାନଙ୍କ ବିରୋଧରେ ଅପରେସନ୍‌ ଆରମ୍ଭ କରି ସେମାନଙ୍କୁ ନିପାତ କରିବାର କ୍ଷମତା ଏମାନଙ୍କୁ ପ୍ରଦାନ କରାଯାଇଛି।

ଏହି ସ୍ନିପରସ୍‌ ବାହିନୀ ପାଇଁ ବିଏସ୍‌ଏଫ୍‌ର ବଛାବଛା ଜବାନଙ୍କୁ ଚୟନ କରାଯାଇ ସେମାନଙ୍କୁ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଥିବା ସେନା ବାହିନୀର ସେଣ୍ଟ୍ରାଲ ସ୍କୁଲ ଅଫ୍‌ େଓ୍ଵପନ ଆଣ୍ଡ ଟାକ୍‌ଟିସ୍‌ରେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ କରାଯାଇଛି। ଏମାନେ ‘ଓ୍ଵାନ୍‌ ବୁଲେଟ୍‌ ଓ୍ଵାନ୍‌ ଟାର୍ଗେଟ’ (ଅର୍ଥାତ୍‌ ଗୋଟିଏ ଗୁଳିରେ ଗୋଟିଏ ଶିକାର)ରେ ନିଜର ଦକ୍ଷତା ପ୍ରତିପାଦିତ କରିବା ପରେ ସେମାନଙ୍କୁ ଏହି ନୂତନ ସ୍ନିପରସ ବାହିନୀରେ ସାମିଲ କରାଯାଇ ଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର