ସନ୍ଦିଗ୍ଧ ଡ୍ରୋନକୁ ମୁକାବିଲା କରିବା ପାଇଁ ବିଏସଏଫ କିଣିବ ଆଣ୍ଟି ଡ୍ରୋନ ସିଷ୍ଟମ

ନୂଆଦିଲ୍ଲୀ: ପଞ୍ଜାବ ସୀମାରେ ପାକିସ୍ତାନ ପକ୍ଷରୁ ଆସୁଥିବା ଡ୍ରୋନକୁ ମୁକାବିଲା କରିବା ପାଇଁ ବିଏସଏଫ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଛି | ମିଳିଥିବା ସୂଚନା ମୁତାବକ ଅକ୍ଟୋବର ୧୦ ତାରିଖରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ କିଛି ଏଭଳି ନିଷ୍ପତ୍ତି ନିଆଯାଇଛି | ଏଠାରେ ସୂଚନା ଥାଉ କି କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଅବ୍ୟାହତ ରଖିଛି । କେବଳ କଶ୍ମୀର ନୁହେଁ ପଞ୍ଜାବରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଉଦ୍ୟମ କରୁଛି ।

ଏଥିପାଇଁ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ସୀମା ଏପାରିକୁ ପଠାଉଛି । ପୂର୍ବରୁ ମଧ୍ୟ ପାକିସ୍ତାନ ପଟୁ ନିଶାଦ୍ରବ୍ୟ ଏପାରିକୁ ଆସୁଥିବାବେଳେ ଏବେ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଆସୁଛି ।

ପୂର୍ବରୁ ସୀମା ନିକଟରେ ୧୦୦୦ ଫୁଟ କିମ୍ବା ତଳେ ଉଡୁଥିବା ସନ୍ଦିଗ୍ଧ ଡ୍ରୋନକୁ ଖସାଇଦେବାକୁ ଅନୁମତି ଦିଆଯାଇଛି । ତେବେ ୧୦୦୦ ଫୁଟ ଉଚ୍ଚରେ ଉଡୁଥିବା ଯାନକୁ ଗୁଳି କରିବାକୁ ସରକାରଙ୍କ ଅନୁମତି ଆବଶ୍ୟକ ହେବ । କାରଣ ଏହା ବିମାନ ମଧ୍ୟ ହୋଇପାରେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା |

ସମ୍ବନ୍ଧିତ ଖବର