୫୪ ହଜାର କର୍ମଚାରୀ ଛଟେଇ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ : ବିଏସଏନଏଲ

ନୂଆଦିଲ୍ଲୀ : ପ୍ରାୟ ୫୪ ହଜାର କର୍ମଚାରୀ ଛଟେଇ ହେଉଥିବା ଖବରକୁ ଖଣ୍ଡନ କରିଛି ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲ । କମ୍ପାନିର ସିଏମଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ ୫୪ ହଜାର କର୍ମଚାରୀ ଛଟେଇ କିମ୍ବା ଅବସର ବୟସସୀମା ୫୮କୁ ହ୍ରାସ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ବରଂ କମ୍ପାନିକୁ କିପରି ପୁଣିଥରେ ଅଭିବୃଦ୍ଧି ପଥକୁ ଆଣିହେବ ସେବାବଦରେ କମ୍ପାନି ଓ ଦୂରସଂଚାର ବିଭାଗ କେତେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ମଧ୍ୟରେ ରହିଛି ୪-ଜି ସ୍ପେକ୍ଟ୍ରମ ଆବଣ୍ଟନ ଓ କର୍ମଚାରୀଙ୍କୁ ଆକର୍ଷଣୀୟ ଭିଆରଏସ ଦେବା ।

ଗତକାଲି ଏକ ଇଂରାଜୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା ଯେ ବିଏସଏନଏଲର ସ୍ଥିତି ଏବେ ଭଲ ନାହିଁ । କମ୍ପାନିର କ୍ଷତି ବଢିଚାଲିଥିବାବେଳେ କର୍ମଚାରୀମାନଙ୍କ ଦରମା ବିଳମ୍ବିତ ହୋଇଛି । ଏଥିପାଇଁ ନିଜର ପ୍ରାୟ ୫୪ ହଜାର କର୍ମଚାରୀଙ୍କୁ ଛେଟେଇ କରିବାକୁ ବିଏସଏନଏଲ ନିଷ୍ପତ୍ତି ନେଇଛି । ଏହା ସହିତ କମ୍ପାନି ନିଜ କର୍ମଚାରୀଙ୍କ ଅବସର ବୟସସୀମା ୫୮ ବର୍ଷକୁ ବଦଳାଇଦେଇଛି । ଏହାକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଥିଲା ।

ସମ୍ବନ୍ଧିତ ଖବର