ମଧ୍ୟ ପ୍ରଦେଶରେ କଂଗ୍ରେସକୁ ସମର୍ଥନ କରିବ ବିଏସ୍‌ପି

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ କୌଣସି ଦଳ ମ୍ୟାଜିକ୍‌ ସଂଖ୍ୟା ୧୧୬କୁ ଛୁଇଁ ନ ପାରିବା ଘଟଣା ପରେ କିଏ ସରକାର ଗଠନ କରିବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ସରକାର ଗଠନ ପାଇଁ ବିଜେପି ଯେ କୌଣସି ସ୍ତରକୁ ଯିବାର ସମ୍ଭାବନା ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି କଂଗ୍ରେସ ଆଜି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ତେବେ ଏଥିପାଇଁ ଆବଶ୍ୟକ ସଂଖ୍ୟା ନଥିଲେ ମଧ୍ୟ ବହୁଜନ ସମାଜବାଦୀ ପାର୍ଟିର ଦୁଇ ଜଣ ବିଧାୟକ କଂଗ୍ରେସକୁ ସମର୍ଥନ କରିବେ ବୋଲି ଏକ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଆସନ୍ତାକାଲି ସବୁକିଛି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର