ଆଇଆଇଟି, ଆଇଆଇଏମ୍‌କୁ କମ୍ ଅର୍ଥ

ନୂଆଦିଲ୍ଲୀ : ଆଇଆଇଟି, ଆଇଆଇଏମ, ଆଇଆଇଏସଇଆର ସମେତ ୟୁଜିସି ଓ ଏଆଇସିଟିଇ ଭଳି ସଂସ୍ଥାକୁ ଅନ୍ତରୀଣ ବଜେଟରେ କମ୍ ଅର୍ଥ ମିଳିଛି। ଆଇଆଇଏମକୁ ଗତ ବଜେଟରେ ୧୦୩୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଅନ୍ତରୀଣ ବଜେଟରେ ୪୧୫.୪୧ କୋଟି ଟଙ୍କା ପ୍ରଦାନ କରାଯାଇଛଇ। ଅର୍ଥାତ ଆଇଆଇଏମ ବ୍ୟୟବରାଦରେ ୫୯.୯ ପ୍ରତିଶତ ହ୍ରାସ ଘଟିଛି। ସେହିଭଳି ଆଇଆଇଟି ଗୁଡ଼ିକୁ ୨୦୧୮-୧୯ ବଜେଟରେ ୬୩୨୬ କୋଟି ଟଙ୍କା ଦିଆଯାଇଥିବାବେଳେ ଅନ୍ତରୀଣ ବଜେଟରେ ୬୨୨୩.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ୟୁଜିସିକୁ ଗତ ବଜେଟରେ ୪୭୨୨.୭୫ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଅନ୍ତରୀଣ ବଜେଟରେ ଏହି ରାଶି ୪୬୦୦.୬୬ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଏଆଇସିଟିଇକୁ ଗତ ବଜେଟରେ ୪୮୫ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ଚଳିତ ବଜେଟରେ ଏହାକୁ ୪୬୬ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଆଇଆଇଏସଇଆରକୁ ଗତ ବଜେଟରେ ୬୮୯ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଏବେ ଏହାକୁ ୬୬୦ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଗୋଟିଏ ପରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ନିମନ୍ତେ ସିଟ୍ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି କରିବା ଯୋଜନା କରାଯାଇଥିବାବେଳେ ବଜେଟରେ ଅର୍ଥ ହ୍ରାସ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର