ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆସନ୍ତା ଜାନୁଆରି ୨୯ ତାରଖରୁ ଆରମ୍ଭ ହେବ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ର ଅନନ୍ତ କୁମାର କହିଛନ୍ତି ଯେ ଜାନୁଆରି ୨୯ ତାରିଖରେ ରାଷ୍ଟ୍ରପତି ଉଭୟ ଗୃହର ସାଂସଦମାନଙ୍କୁ ମିଳିତ ଅଧିବେଶନରେ ଅଭିଭାଷଣ ପ୍ରଦାନ କଲାପରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆନୁଷ୍ଠାନକ ଭାବେ ଆରମ୍ଭ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀ। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରି ୨୯ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୬ ତାରିଖରେ ଶେଷ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି।