ବଳଦ ଖାଇଗଲା ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର, ଗୋବରରେ ନ ମିଳିବାରୁ ମାଲିକ ଆପଣାଇଲା ଏଭଳି ଉପାୟ

ନୂଆଦିଲ୍ଲୀ : ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ପୋଲା ପର୍ବ ପାଳନ କରାଯାଇଥାଏ । ଏହି ପର୍ବରେ ବଳଦମାନଙ୍କୁ ସଜା ଯାଇ ଗାଁ ଗାଁ ବୁଲା ଯାଇଥାଏ ଏବଂ ସେମାନଙ୍କ ପୂଜା କରାଯାଇଥାଏ । ଏହି ପୂଜା ସମୟରେ ଘଟିଥିବା ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂଜା ସମୟରେ ଏକ ବଳଦ ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଗିଳି ଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି ଏହାକୁ ଫେରିବା ପାଇବା ପାଇଁ ମାଲିକ କରିଥିବା କାମ । ୯ଦିନ ମଧ୍ୟରେ ବଳଦ ପେଟରୁ ମଙ୍ଗଳସୂତ୍ର ନ ବାହାରିବାରୁ ବଳଦର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି ।

डेढ़ लाख का मंगलसूत्र निगल गया बैल, गोबर में ढूंढता रहा मालिक, फिर...
aajtak.intoday.in

ସୂଚନା ମୁତାବକ, ମହାରାଷ୍ଟ୍ରର ଅହମଦ୍‌ନଗରରେ ଜଣେ କୃଷକ ପୋଲା ଅବସରରେ ନିଜ ବଳଦକୁ ସଜାଇବା ସହ ପୂରା ଗାଁରେ ବୁଲାଇଥିଲେ । ଗାଁରୁ ପୂଜା ସାରି ନିଜ ଘରେ କୃଷକଜଣକ ପୂଜା ଆରମ୍ଭ କରିବା ସମୟରେ ତାଙ୍କ ପତ୍ନୀ ପୂଜା ଥାଳିରେ ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ରଖିଥିଲେ । ଏହି ସମୟରେ ବିଜୁଳି ଚାଲିଯିବାରୁ ବଳଦଟି ମିଠା ସହ ମଙ୍ଗଳସୂତ୍ରକୁ ଖାଇଦେଇଥିଲା । ପରେ ଗୋବରରେ ମଙ୍ଗଳସୂତ୍ର ବାହାରିବ ବୋଲି ଭାବି କୃଷକଜଣକ ୮ ଦିନ ପର୍ଯ୍ୟନ୍ତ ଗୋବରରେ ମଙ୍ଗଳସୂତ୍ର ଖୋଜିଥିଲେ । କିନ୍ତ ୮ଦିନ ବିତିଯିବା ପରେ ମଧ୍ୟ ଗୋବରରେ ମଙ୍ଗଳସୂତ୍ର ନ ଆସିବାରୁ କୃଷକଜଣକ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଏହା ପରେ ଅସ୍ତ୍ରୋପଚାର କରାଯାଇ ବଳଦ ପେଟରୁ ମଙ୍ଗଳସୂତ୍ର ବାହାର କରାଯାଇଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର