ମଇଁଷି ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣି ଏକ ଭିଡ଼ ହିଂସା ଘଟିଛି। ୟୁପିର ବରେଲି ଜିଲ୍ଲାରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ମଇଁଷି ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ଉକ୍ତ ଯୁବକଙ୍କ ନାମ ଶାହରୁଖ। ସେ ଦୁବାଇରେ ଜଣେ ଦରଜୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ନିକଟରେ ସେ ତାଙ୍କ ଘରକୁ ଫେରିଥିଲେ। ଶାହରୁଖ୍‌ଙ୍କ ଭାଇ ଏନେଇ ଥାନାରେ ଏତଲା କରିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତମାନେ ମଧ୍ୟ ମଇଁଷି ଚୋରି ମାମଲାରେ ପାଲଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର