କଶ୍ମୀର: ପୁଲ୍‌ଓ୍ଵାମାରେ ମିଳିଲା ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ଯୁବକଙ୍କ ଗୁଳିବିଦ୍ଧ ଶବ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଅନ୍ତର୍ଗତ ଗୋଟିଏ ଗାଁରୁ ଆତଙ୍କବାଦୀମାନଙ୍କ ଦ୍ୱାରା ଅପହୃତ ଜଣେ ୨୦ ବର୍ଷିୟ ଯୁବକଙ୍କ ଗୁଳିବିଦ୍ଧ ଶବ ଶୁକ୍ରବାର ପ୍ରତ୍ୟୁଷରେ ପୁଲ୍‌ଓ୍ଵାମାରୁ ମିଳିଥିବା କଥା ପୁଲିସ କହିଛି।

ଗୁରୁବାର ଦିନ ନଦୀମ ମଞ୍ଜୂରଙ୍କୁ ତାଙ୍କ ଗାଁ ସଫ୍‌ନଗ୍ରିରୁ ଅପହରଣ କରି ନିଆ ଯାଇଥିଲା। ଅପହରଣ ସ୍ଥାନ ନିକଟରୁ ପ୍ରାୟ ୮ କିଲୋମିଟର୍‌ ଦୂର ପୁଲ୍‌ଓ୍ଵାମା ଗାଁରୁ ତାଙ୍କ ଶବ ଉଦ୍ଧାର କାଯାଇଛି ବୋଲି ପୁଲିସ କହିଛି।

ଏ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ ହୋଇଥିବା କଥା ଦାବି କରି ନାହାନ୍ତି। କିନ୍ତୁ ମଞ୍ଜୂରଙ୍କୁ ଆତଙ୍କବାଦୀମାନେ ମାରିଥିବା କଥା ପୁଲିସ କହୁଛି। ସମ୍ପୃକ୍ତ ଅଞ୍ଚଳରେ ପୁଲିସ ଓ ସେନା ତଲାସ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର