ବୁରାଡ଼ି ମୃତ୍ୟୁ ଆତ୍ମହତ୍ୟା ନୁହେଁ ଦୁର୍ଘଟନା: ମାନସିକ ବ୍ୟବଚ୍ଛେଦ ରିପୋର୍ଟ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀ ଅନ୍ତର୍ଗତ ବୁରାଡ଼ି ଠାରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ, ଦୁର୍ଘଟନା ବୋଲି ଜଣାପଡ଼ିଛି।

ମାମଲାର ସଦ୍ୟତମ ତଥ୍ୟ ମାନସିକ ବ୍ୟବଚ୍ଛେଦ ରିପୋର୍ଟ ଦର୍ଶାଇଛି ଯେ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରି ନ ଥିଲେ। ପୂଜାନୁଷ୍ଠାନ କରିବା ବେଳେ କୌଣସି ଦୁର୍ଘଟନା ଯୋଗୁଁ ସେମାନଙ୍କର ଜୀବନ ଯାଇଛି।

ମାନସିକ ବ୍ୟବଚ୍ଛେଦ କରାଇବା ସକାଶ ଜୁଲାଇ ମାସରେ ଦିଲ୍ଲୀ ପୁଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ପତ୍ର ଲେଖିଥିଲା। ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ପୁଲିସକୁ ରିପୋର୍ଟ ହସ୍ତଗତ ହୋଇଛି।

ମୃତବ୍ୟକ୍ତିମାନଙ୍କ ମାନସିକ ବ୍ୟବଚ୍ଛେଦ ଅଧ୍ୟୟନ କହୁଛି କି, ଏହା ଆତ୍ମହତ୍ୟା ଘଟଣା ନୁହେଁ ବରଂ ପୂଜାବିଧି କରିବା ବେଳେ ଘଟିଥିବା କୌଣସି ଦୁର୍ଘଟଣା। ନିଜ ଜୀବନ ହାରିବାକୁ ସେମାନଙ୍କର ଉଦ୍ଦେଶ୍ୟ ନ ଥିଲା।

ମାନସିକ ବ୍ୟବଚ୍ଛେଦ ସମୟରେ ସିବିଆଇର ସେଣ୍ଟ୍ରାଲ୍‌ ଫୋରେନ୍‌ସିକ୍‌ ସାଇନ୍‌ସ୍‌ ଲାବୋରଟରି ଘରୁ ମିଳିଥିବା ନୋଟ୍‌ ଏବଂ ପୁଲସି ରେକର୍ଡ କରିଥିବା ପରିବାର ସଦସ୍ୟମାନଙ୍କର ବନ୍ଧୁମାନଙ୍କ ବୟାନକୁ ବିଶ୍ଳେଷଣ କରିଥିଲା।

ସମ୍ବନ୍ଧିତ ଖବର