ତ୍ରିରଙ୍ଗ ପତାକା ରଙ୍ଗର ଆଲୋକରେ ଉଦ୍‌ଭାସିତ ବୁର୍ଜ ଖଲିଫା ଏବଂ ଦୁବାଇ ଗେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟସ୍‌ (ୟୁଏଇ) ଗସ୍ତ ପୂର୍ବରୁ ଶୁକ୍ରବାର ରାତିରେ ଦୁବାଇର ପ୍ରମୁଖ କୋଠାବାଡ଼ିଗୁଡ଼ିକୁ ଭାରତୀୟ ତ୍ରିରଙ୍ଗ ପତାକାର ରଙ୍ଗ ଅନୁସାରେ ଆଲୋକିତ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦିନକ ପୂର୍ବରୁ ବିଶ୍ୱର ଉଚ୍ଚତମ ଅଟ୍ଟାଳିକା ତଥା ରାଷ୍ଟ୍ରାୟାତ ତୈଳ କମ୍ପାନି ଆବୁ ଧାବି ନେସ୍‌ନାଲ୍‌ ଅଏଲ୍‌ କମ୍ପାନି ଏବଂ ଦୁବାଇ ଫ୍ରେମ୍‌ ଭାବେ ପରିଚିତ ବିଶ୍ୱର ସର୍ବବୃହତ୍‌ ଫଟୋ ଫ୍ରେମ୍‌ ଭାତୀୟ ଜାତୀୟ ପତାକା ରଙ୍ଗରେ ଉଦ୍‌ଭାସିତ ହୋଇ ଉଠିଥିଲା।

ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଆବୁ ଧାବିରେ ପହଞ୍ଚିବେ। ରାଷ୍ଟ୍ରପତୀୟ ପ୍ରାସାଦରେ ଆବୁଧାବିର ଯୁବରାଜ ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନହ୍ୟାନଙ୍କୁ ଭେଟିବା ପୂର୍ବରୁ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ।

ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ଙ୍କ ଦ୍ୱାରା ଆୟୋଜିତ ଏକ ଭୋଜିସଭାରେ ଚୁକ୍ତି ଏବଂ ଏମ୍‌ଓୟୁ ସ୍ୱାକ୍ଷର କରାଯିବା ପରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ଅଛି।

ଶୀର୍ଷସ୍ତରୀୟ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ଦଳ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ରବିବାର ଦିନ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବିଶ୍ୱ ସରକାର ଶିଖର ବୈଠକ’ରେ କି’ନୋଟ୍‌ ଅଭିଭାଷଣ ଦେବେ। ଏହି ଶିଖର ବୈଠକରେ ଭାରତ ଅତିଥି ଦେଶ ଭାବରେ ଯୋଗ ଦେଉଛି।

ରବିବାର ଦିନ ପ୍ରଧାନମନ୍ତ୍ରୀ ଦୁବାଇ ଠାରେ ଶେଖ୍‌ ମହମ୍ମଦ ବିନ୍‌ ରଶିଦ ଅଲ୍‌ ମକ୍‌ତୌମ୍‌, ଉପରାଷ୍ଟ୍ରପତି ଏବଂ ୟୁଏଇର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ।

ସମ୍ବନ୍ଧିତ ଖବର