ଜଳିଗଲା ଜାପାନୀ ରକେଟ୍‌ ମୋମୋ-୨

ଟୋକିଓ: ଜାପାନରେ ଘରୋଇ ଉଦ୍ୟୋଗ ଦ୍ୱାରା ନିର୍ମାଣ ହୋଇଥିବା ରକେଟ୍‌ ମୋମୋ-୨ ଆଜି ମହାକାଶକୁ ଉତ୍‌୍‌କ୍ଷେପଣର ତୁରନ୍ତ ବାଦ ଜଳି ଯାଇଛି। ଜାପାନରେ ପ୍ରଥମ ଥର ପାଇଁ ଘରୋଇ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ରକେଟ୍‌ ବିସ୍ଫୋରଣରେ ଜଳିଯିବା ଘଟଣା ବଡ଼ ଝଟ୍‌୍‌କା ହୋଇଛି। ଜାପାନର ଲୋକପ୍ରିୟ ଇଣ୍ଟନରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥା  ଲାଇଭ୍‌୍‌ଡୋର କ୍ରିଏଟର୍‌ ଟାକାଫୁମି ଦ୍ୱାରା ପ୍ରସ୍ତୁତ ଇଣ୍ଟରଷ୍ଟେଲର ଟେକ୍‌ନୋଲୋଜି ଦ୍ୱାରା  ମୋମୋ-୨କୁ ଶ୍‌ୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ପରୀକ୍ଷଣ ସ୍ଥଳରୁ ଉତ୍‌୍‌କ୍ଷେପଣ କରାଯାଇଥିଲା।  ତେବେ ମାତ୍ର ୧୦ ମିଟର୍‌ ଉପରକୁ ଯାଇଥିବା ବେଳେ ରକେଟ୍‌ଟି ତଳକୁ ଖସିପଡ଼ି ଜଳିଯାଇଥିଲା। ଏଥିଯୋଗୁଁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲେ ମଧ୍ୟ ଏଥିରେ କେହି ଆହତ ହୋଇଥିବା ଖବର ନାହିଁ।

ସମ୍ବନ୍ଧିତ ଖବର