ଖାଇକୁ ଖସିଲା ବସ୍‌: ୧୧ ମୃତ, ୧୯ ଆହତ

ଆଇଜଲ୍‌ : ମିଜୋରାମ୍‌ର ଲୁଙ୍ଗ୍‌ଲେଇ ଜିଲ୍ଲାରେ ଆଜି ଏକ ଯାତ୍ରୀବାହୀ ବସ୍‌ ୫୦୦ ମିଟର ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୧୯ ଜଣ ଆହତ ହୋଇଛନ୍ତି। ସୂଚାନୁଯାୟୀ, ଘରୋଇ ବସ୍‌ଟି ରାଜ୍ୟ ରାଜଧାନୀ ଆଇଜଲ୍‌ରୁ ସିହା ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିବା ସମୟରେ ପାଙ୍ଗଜଲ୍‌ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖାଇକୁ ଖସି ପଡ଼ିଥିଲା। ଜଣାଯାଇଛି ଯେ ବସ୍‌ରେ ହେଲ୍‌ପର୍‌ ବସ୍‌ ଚଳାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ଆହତ ୧୯ ଜଣଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସମ୍ବନ୍ଧିତ ଖବର