ଖାଇକୁ ବସ୍ ଖସି ୨୦ ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରମ୍ବନ୍‌ ଜିଳ୍ଲାରେ ଆଜି ଜାତୀୟ ରାଜପଥରେ ଏକ ମିନି ବସ୍‌ ଖାଇକୁ ଖସି ପଡ଼ିବା ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ବସ୍୍‌ଟି ଆଜି ସକାଳେ ବନିହାଲ୍‌ରୁ ରମ୍ବନ ଅଭିମୁଖେ ଯାତ୍ରା କରୁଥିଲା। ତେବେ ବାଟରେ ମାରୁଫ୍‌ ନିକଟରେ ଡ୍ରାଇଭର ବସ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ବସ୍‌ଟି ୨୦୦ ଫୁଟ୍‌ ଗଭୀର ଖାତକୁ ଖସି ପଡ଼ିଥିଲା। ଖବର ପାଇ ପୁଲିସ ଏବଂ ‌େସନା କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ନି‌େୟାଜିତ ହୋଇଥିଲେ। ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କ ପରିବାରଙ୍କୁ ୫୦,୦୦୦ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର