ଖାଇକୁ ବସ୍‌ ଖସି ୪୮ ମୃତ

ଉତ୍ତରାଖଣ୍ଡରେ, ମର୍ମନ୍ତୁଦ ଦୁର୍ଘଟଣା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆଜି ଆଜି ଏକ ଯାତ୍ରୀବାହୀ ବସ୍‌ ପାହାଡ଼ି ରାସ୍ତାରେ ନିୟନ୍ତ୍ରଣ ହରାଇ ୬୦ ଫୁଟ ଗଭୀର ଖାଇକୁ ଖସିପଡ଼ିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ନୈନିତାଲ ଜିଲ୍ଲାର ପିପଲି-ଭାଉନ୍‌ ରାସ୍ତାର କ୍ୱିନ୍‌ସ ବ୍ରିଜ୍‌ ନିକଟରେ ପୂର୍ବାହ୍ନ ୯ଟା ବେଳେ ଘଟିଛି। ଡ୍ରାଇଭର ବସ୍‌ରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ବସ୍‌୍‌ଟି ଗଭୀର ଖାଇକୁ ଖସିପଡ଼ିଥିଲା। ଏହି ବସ୍‌ ଭାଉନ୍‌ରୁ ରାମନଗର ଯାଉଥିଲା ବୋଲି ଜଣାପଡ଼ଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୬ ଜଣଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆହତ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ରାଜ୍ୟ ଏନ୍‌୍‌ଡିଆର୍‌୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ତୁରନ୍ତ ହେଲିକପ୍‌୍‌ଟର ଯୋଗେ ହସ୍ପିଟାଲ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ପୁଲିସ ଖାଇ ଭିତରକୁ ଯାଇ ଦୁର୍ଘଟଣାର ତଦନ୍ତ କରିଛନ୍ତି। ଅଧିକାଂଶ ମୃତକ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। ଯେଉଁ ରାସ୍ତାରେ ବସ୍‌ଟି ଯାଉଥିଲା ତାହା କିଛି ମାସ ଧରି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ବିପଦସଙ୍କୁଳ ରାସ୍ତାରେ ଅଚାନକ ବସ୍‌୍‌ଟି ନିୟନ୍ତ୍ରଣ ହରାଇଥିଲା ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ଵତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର