ଖୁବ୍‌ ଶୀଘ୍ର ପାକିସ୍ତାନ ଓ ଚୀନ ମଧ୍ୟରେ ବସ୍‌ ସେବା ଆରମ୍ଭକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ମଧ୍ୟରେ ଖୁବ୍‌ଶୀଘ୍ର ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ଏହି ବସ୍‌ ସେବା ହେତୁ ଦୁଇଦେଶ ମଧ୍ୟରେ ଯୋଗାଯୋଗ କରିବା ସହଜ ହୋଇପାରିବ ବୋଲି କୁହଯାଉଛି। ଏହି ବସ୍‌ ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ଦେଇଗଡ଼ିବ, ତେଣୁ ଏହାକୁ ନେଇ ଭାରତ ତୀବ୍ର ବିରୋଧ କରିଛି ।

ଆସନ୍ତା ନଭେମ୍ବର ୧୩ରୁ ପିଓକେରୁ ଚୀନର ଜିଜିଆଙ୍ଗ ମଧ୍ୟରେ ବସ ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବା ସପ୍ତାହକୁ ଚାରିଥର ଉପଲବ୍ଧ ହେବ। ବସ୍‌ ଲାହୋରରୁ କାଶଗର ପର୍ଯ୍ୟନ୍ତ ଚାଲିବ। ୩୦ଘଣ୍ଟାର ଏହି ବସ୍‌ ଯାତ୍ରାରେ ଭଡ଼ା ଚୀନ ଯାଉଥିବା ଯାତ୍ରୀଙ୍କ ପାଇଁ ୧୩ହଜାର ପାକିସ୍ତାନୀ ଟଙ୍କା ଥିବା ବେଳେ ଫେରିଲା ବେଳକୁ ଏହି ଭଡା ୨୩ହଜାର ଟଙ୍କା ରଖାଯାଇଛି। କେତେକଲୋକ ଏହି ଯାତ୍ରା ପାଇଁ ଆଡଭାନ୍ସ ବୁକିଂ ମଧ୍ୟ କରିଥିବା ଜଣାପଡ଼ିଛି।

ତେବେ ଏହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ଭାରତ ସମଗ୍ର କାଶ୍ମୀରକୁ ନିଜର ବୋଲି ଦାବି କରି ଆସୁଥିବାବେଳେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ବର୍ଷବର୍ଷ ଧରି ବିବାଦ ଲାଗି ରହିଛି। ପାକିସ୍ତାନ ଏବଂ ଚୀନ ମଧ୍ୟରେ ୧୯୬୩ରେ ହୋଇଥିବା ସୀମା ଚୁକ୍ତି ଅବୈଧ ଓ ବେଆଇନ ବୋଲି ଭାରତ କହିଛି। ତେଣୁ ଏହି ଅଞ୍ଚଳରେ ବସ ସେବା ଆରମ୍ଭ କରିବା ଅର୍ଥାତ ଭାରତର ଅଖଣ୍ଡତାକୁ ଉଲ୍ଲଂଘନ କରିବା ସହ ସମାନ। ତେଣୁ ଏହି ମାର୍ଗ ଦେଇ ଯାଉଥିବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରକୁ ମଧ୍ୟ ଭାରତ ବିରୋଧ କରୁଛି।

ସମ୍ବନ୍ଧିତ ଖବର