ନିୟନ୍ତ୍ରଣରେଖା ଦେଇ ବନ୍ଦ ହେଲା ବାଣିଜ୍ୟ କାରବାର

ନୂଆଦିଲ୍ଲୀ:. ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା ଦେଇ ଚାଲୁଥିବା ବାଣିଜ୍ୟ କାରବାରକୁ ଭାରତ ସରକାର ବର୍ତମାନ ପାଇଁ ବନ୍ଦ କରିଦେଇଛନ୍ତି। ଆତଙ୍କବାଦୀଙ୍କ ସହ ସଂପର୍କ ଥିବା କେତେକ ବ୍ୟକ୍ତି ଏହି ବାଣିଜ୍ୟ ୍ୟିବସ୍ଥାର ଦୁରୁପଯୋଗ କରୁଥିବାରୁ ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ନିୟନ୍ତ୍ରଣ ରେଖା ଦେଇ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକଦ୍ରବ୍ୟ ଏବ˚ ଜାଲନୋଟ ଆଦି କାରବାର ହେଉଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ରିପୋର୍ଟ ଦେଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ନିୟନ୍ତ୍ରଣ ରେଖା ଦେଇ ଜମ୍ମୁ-କଶ୍ମୀର ଏବଂ ପାକିସ୍ତାନ ଅଧିକୃତ କଶ୍ମୀରର ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାରକୁ ସୁବିଧାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା। ଦ୍ରବ୍ୟ କାରବାର ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର ଦେଇ କରାଯାଇଥାଏ। ସେଗୁଡ଼ିକ ହେଲା ବାରମୁଳା ଜିଲ୍ଲାର ଉରିସ୍ଥିତ ସଲାମାବାଦ ଏବ˚ ପୁ˚ଛ ଜିଲ୍ଲାର ଚକ୍କାନ- ଦା- ବାଗ। ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ। ଏହିସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସାମଗ୍ରୀର ଦେଣନେଣ ଏବ˚ ନିଃଶୁଳ୍ପ ଭିତ୍ତିରେ କରାଯାଇଥାଏ । କିନ୍ତୁ , ସରକାରଙ୍କୁ ସୂଚନା ମିଳିଛି ଯେ ନିୟନ୍ତ୍ରଣ ରେଖାରେ ହେଉଥିବା ଏହି ବାଣିଜ୍ୟ ବ୍ୟବସ୍ଥାକୁ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଛି। ଜଣାପଡ଼ିଛି ଯେ ବାଣିଜ୍ୟ ଏହାର ସତ୍ତା ହରାଇଛି ଏବ˚ ଅଧିକାଂଶ ଭାବେ ଦେଶବିରୋଧୀ ଲୋକଙ୍କ ଦ୍ବାରା ଏହି ପଥକୁ ମାଧ୍ୟମ ଭାବ ବ୍ୟବହାର କରାଯାଉଛି ଓ ସେମାନେ ଏହି ପଥ ଦେଇ ହୱାଲା ଅର୍ଥ, ମାଦକଦ୍ରବ୍ୟ ଏବ˚ ଅସ୍ତ୍ରଶସ୍ତ୍ର କାରବାର କରୁଛନ୍ତି।

ଏନଆଇଏ ରିପୋର୍ଟରୁ ଜଣାପଡ଼ିଛି ଯେ ସେଠାରେ କାର୍ଯ୍ୟ କରୁଥିବା କିଛି ଲୋକଙ୍କର ଆତଙ୍କବାଦୀ ସ˚ଗଠନମାନଙ୍କ ସହ ଘନିଷ୍ଠ ଯୋଗସୂତ୍ର ରହିଛି। ଏହି ସବୁ ସ˚ଗଠନମାନେ ଆତଙ୍କବାଦ ସହ ସ˚ପୃକ୍ତ ଅଛନ୍ତି। ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ କେତେକ ବ୍ୟକ୍ତିବିଶେଷ, ଯେଉଁମାନେ ପାକିସ୍ତାନକୁ ଯାଇଛନ୍ତି ଏବ˚ ସେଠାରେ ଆତଙ୍କବାଦୀ ସ˚ଗଠନରେ ଯୋଗ ଦେଇଛନ୍ତି ସେମାନେ ପାକିସ୍ତାନରେ ବାଣିଜ୍ୟ ସ˚ସ୍ଥାମାନ ଆରମ୍ଭ କରିଛନ୍ତି। ସେହିସବୁ ବାଣିଜ୍ୟ ସ˚ସ୍ଥାଗୁଡ଼ିକ ଆତଙ୍କବାଦୀ ସ˚ଗଠନମାନଙ୍କ ନିୟନ୍ତ୍ରଣରେ ରହିଛି ଏବ˚ ସେମାନେ ଏବେ ନିୟନ୍ତ୍ରଣ ରେଖାରେ ବାଣିଜ୍ୟ କାରବାରରେ ଲିପ୍ତ ଅଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ଠାରୁ ସବୁଠାରୁ ଅନୁଗୃହୀତ ରାଷ୍ଟ୍ର (ଏମଏନଏଫ) ମାନ୍ୟତା ପ୍ରତ୍ୟାହାର କରିନେଇଥିଲା। ସେତେବେଳେ ସୂଚନା ମିଳିଥିଲା ଯେ ଉଚ୍ଚତର ଟିକସକୁ ଏଡ଼ାଇବା ସକାଶେ, ନିୟନ୍ତ୍ରଣ ରେଖାରେ ଚାଲିଥିବା ବାଣିଜ୍ୟକୁ ଯଥେଷ୍ଟ ମାତ୍ରାରେ ଅପବ୍ୟବହାର କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର