ଆମାଜନ କରିଦେଲା ଭୁଲ, ୯ ଲକ୍ଷର କ୍ୟାମେରାକୁ ୬୫୦୦ ଟଙ୍କାରେ କିଣିଲେ ଗ୍ରାହକ

ନୂଆଦିଲ୍ଲୀ: ଇ କମର୍ସ କମ୍ପାନୀ ଆମାଜନ ପ୍ରତିବର୍ଷ ବିଗ ବିଲିୟନ ଡେ ସେଲର ଆୟୋଜନ କରିଥାଏ | ଏହାକୁ ଅନେକ ଗ୍ରାହକ ଅନାଇବସିଥାନ୍ତି | ଏହି ଅବସରରେ ଗ୍ରାହକଙ୍କୁ ଭାରି ରିହାତି ମିଳିଥାଏ | ତେବେ ଏହି ବର୍ଷ ଜୁଲାଇ ୧୫ ଓ ୧୬ ତାରିଖରେ ଆମାଜନ ପକ୍ଷରୁ ବିଗ ବିଲିୟନ ଡେର ଆୟୋଜନ କରାଯାଇଥିଲା | କିନ୍ତୁ କମ୍ପାନୀର ଗୋଟିଏ ଭୁଲ ଯୋଗୁଁ ତିନିଟି ଦାମୀ କ୍ୟାମେରାକୁ ଗ୍ରାହକ ଜଣକ ବହୁତ କମ ମୂଲ୍ୟରେ ପାଇବାରେ ସକ୍ଷମ ହୋଇଛନ୍ତି |

ଗ୍ରାହକ ଜଣକ ଶାଗମାଛ ମୂଲ୍ୟରେ ଏହି କ୍ୟାମେରାକୁ ହାତେଇଥିବାବେଳେ କମ୍ପାନୀ ପଶ୍ଚାତାପ କରିବା ଛଡା ଆଉ କିଛି ବି କରିପାରିନାହିଁ | ମିଳିଥିବା ସୂଚନା ମୁତାବକ ପ୍ରତିଷ୍ଠିତ କ୍ୟାମେରା କମ୍ପାନୀ ସୋନି,ନିକାନ ଓ କ୍ୟାନନ ପକ୍ଷରୁ ନିର୍ମିତ ଆଡ଼ଭାନ୍ସ କ୍ୟାମେରାକୁ ଆମାଜନ ପକ୍ଷରୁ ପୋଷ୍ଟ କରାଯାଇଥିଲା | ଏସବୁ କ୍ୟାମେରା ଲକ୍ଷାଧିକ ଟଙ୍କା ହୋଇଥିବାବେଳେ କେବଳ ବ୍ୟବସାୟିକ ବ୍ୟବହାର ପାଇଁ ଏସବୁକୁ କିଣାଯାଇଥାଏ | ଏଥିପାଇଁ ଏହି କ୍ୟାମେରା କିଣିବାକୁ ବହୁତ କମ ଲୋକ ଇଚ୍ଛା ପ୍ରକାଶ କରିଥାନ୍ତି | ତେବେ ତିନି ଜଣ ଗ୍ରାହକ ଏବେ ଏହି କ୍ୟାମେରାକୁ ମାତ୍ର କିଛି ହଜାର ଟଙ୍କାରେ କିଣିବାର ଦର୍ଶାଇଛନ୍ତି |

ଜଣେ ଗ୍ରାହକ ଲେଖିଛନ୍ତି ଯେ ୩ହଜାର ଡଲାରର କ୍ୟାମେରାକୁ ସେ ୯୪ ଡଲାରରେ ପାଇଥିବାବେଳେ, ଆଉ ଜଣେ କ୍ରେତା ୧୩ ହଜାର ଡଲାରର କ୍ୟାମେରାକୁ ମାତ୍ର ୧୦୦ ଡଲାରରେ ଅନଲାଇନ କିଣିପାରିଛନ୍ତି | ଅର୍ଥାତ ୯ ଲକ୍ଷ ଟଙ୍କାର କ୍ୟାମେରାକୁ ଗ୍ରାହକ ଜଣକ ୬୫୦୦ ଟଙ୍କାରେ କିଣିପାରିଛନ୍ତି | ତେବେ ଆମାଜନ ଅନଲାଇନ ପେମେଂଟ ପାଇସାରିଥିଲେ ବି ଡେଲିଭରି ଦେବ ନା ନାହିଁ ବୋଲି ଗ୍ରାହକମାନେ ପଚାରିଛନ୍ତି |

ସମ୍ବନ୍ଧିତ ଖବର

Comments are closed.