୨୦୫୦ ସୁଦ୍ଧା ଚୀନର ଜନସଂଖ୍ୟା ଭାରତ ଜନସଂଖ୍ୟାର ୬୫% ଥିବ : ଚୀନ ବିଶେଷଜ୍ଞ

ବେଜିଂ : ୨୦୫୦ ସୁଦ୍ଧା ଚୀନର ଜନସଂଖ୍ୟା ଭାରତର ପ୍ରାୟ ୬୫ ପ୍ରତିଶତ ହୋଇଯାଇଥିବ ବୋଲି ଚୀନର ଜଣେ ବିଶେଷଜ୍ଞ କହିଛନ୍ତି । ସେ କହିଛନ୍ତି ଚୀନ ଯଦି ନିଜର ବିବାଦୀୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଆହୁରି କୋହଳ ନ କରେ, ତେବେ ୨୦୫୦ ବେଳକୁ ଚୀନରେ ବୟସ୍କ ଲୋକଙ୍କ ସଂଖ୍ୟା ବେଶ ବଢିଯାଇଥିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି ।

ଆମେରିକାର ଓ୍ଵିସକନସିନ ବିଶ୍ୱବିଦ୍ୟାଳୟର ପ୍ରଫେସର ଇ ଫୁକସିଆନ କହିଛନ୍ତି ଯେ ଚୀନ କିଛି ଦଶନ୍ଧୀ ପୂର୍ବେ ଗ୍ରହଣ କରିଥିବା ଏକ ସନ୍ତାନ ନୀତି ଫଳରେ ଏବେ ଚୀନରେ ବୟସ୍କ ଲୋକଙ୍କ ସଂଖ୍ୟା ବଢିଚାଲିଛି । ଯଦିଓ ଏହି ନୀତିକୁ ଟିକିଏ କୋହଳ କରାଯାଇଛି, ଏହାକୁ ଆହୁରି କୋହଳ କରିବାର ଆବଶ୍ୟକତା ରହିଛି ।

୨୦୧୬ରେ ଚୀନରେ ପ୍ରାୟ ୨୩ କୋଟି ଲୋକଙ୍କ ବୟସ ୨୩ କୋଟିରୁ ଅଧିକ ଥିଲା । ଆଗକୁ ଏହା ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ସେ ସତର୍କ କରିଦେଇଛନ୍ତି । ଏପରି ହେଲେ ଚୀନର ଉତ୍ପାଦନଶୀଳ ଲୋକସଂଖ୍ୟା କମିଯିବ ଓ ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହେବ । ଅନ୍ୟପକ୍ଷରେ ଭାରତର ଜନସଂଖ୍ୟା ବେଶ ତରୁଣ ଅଛନ୍ତି । ଏମାନେ ହିଁ ଭାରତର ଅଭିବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର