ସେପ୍ଟେମ୍ବର ୨୩ରେ ୪ ଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଛତିଶଗଡ଼, ତ୍ରିପୁରା ଓ କେରଳରେ ଖାଲିଥିବା ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛି ଭାରତୀୟ ନିର୍ବାଚନ କମିଶନ । ଉତ୍ତରପ୍ରଦେଶର ହମିରପୁର, ଛତିଶଗଡ଼ର ଦାନ୍ତେଓ୍ଵାଡା, କେରଳର ପାଲା ଓ ତ୍ରିପୁରାର ବାଧରଘାଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସେପ୍ଟେମ୍ବର ୨୩ରେ ଭୋଟ ଗ୍ରହଣ ହେବ ଓ ସେପ୍ଟେମ୍ବର ୨୭ରେ ପଳାଫଳ ଘୋଷଣା ହେବ । ଏହି ଆସନଗୁଡ଼ିକ ମଧ୍ୟରୁ ଛତିଶଗଡ଼ର ଦାନ୍ତଓ୍ଵାଡା ଅନୁସୂଚୀତ ଉପଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ହୋଇଥିବାବେଳେ ତ୍ରିପୁରାର ବାଧରଘାଟ ଅନୁସୂଚୀତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଛି ।

ଉତ୍ତରପ୍ରଦେଶର ହମିରପୁର ଆସନରେ ବିଜେପିର କବଜା ଥିବାବେଳେ ବର୍ତ୍ତମାନର ବିଧାୟକ ଅଶୋକ ଚାଣ୍ଡେଲ ଏକ ହତ୍ୟାମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯାଇଛି । ଏସବୁ ଉପନିର୍ବାଚନ ପାଇଁ ଆସନ୍ତା ବୁଧବାର (ଅଗଷ୍ଟ ୨୮) ବିଜ୍ଞପ୍ତି ଜାରି ହେବ ଓ ମନୋନୟନ ପତ୍ର ଦାଖଲ ଶେଷତାରିଖ ୪ ସେପ୍ଟେମ୍ବର ଧାର୍ଯ୍ୟକରାଯାଇଛି ।

ସମ୍ବନ୍ଧିତ ଖବର