ଇ-ସିଗାରେଟ ବିଲ ରାଜ୍ୟସଭାରେ ଗୃହୀତ

ନୂଆଦିଲ୍ଲୀ : ଦେଶରେ ଇ-ସିଗାରେଟର ବିକ୍ରି, ବିତରଣ ଓ ସେବନକୁ ନିଷିଦ୍ଧ କରିବା ପାଇଁ ଉଦ୍ଦିଷ୍ଟ ବିଲ୍‌ ଆଜି ରାଜ୍ୟସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି । ଏହି ବିଲଟି ପୂର୍ବରୁ ଲୋକସଭାରେ ଗୃହୀତ ହୋଇସାରିଛି । ସଂସଦରେ ଗୃହୀତ ହେବା ପରେ ଏହି ବିଲକୁ ଏବେ ରାଷ୍ଟ୍ରପତ ରାମନାଥ କୋବିନ୍ଦଙ୍କ ମଂଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହେବ ।

କେନ୍ଦ୍ର ସରକାର ଗତ ସେପ୍ଟେମ୍ବର ମାସରେ ସରକାର ଏକ ଅଧ୍ୟାଦେଶ ଆଣି ଇ-ସିଗାରେଟର ଆମଦାନୀ, ଉତ୍ପାଦନ, ବିତରଣ, ବିକ୍ରି ଓ ସେବନ ନିଷିଦ୍ଧ କରିଥିଲେ । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପ୍ରଥମ ଥର ପାଇଁ ଏହି ଆଇନର ଉଲ୍ଲଙ୍ଘନ କଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଓ ୨ୟ ଥର ପାଇଁ ଉଲ୍ଲଙ୍ଘନ କଲେ ଦୋଷୀକୁ ୫ ଲକ୍ଷଟଙ୍କା ଜରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।

ସମ୍ବନ୍ଧିତ ଖବର