ଏକାଥରକେ ତିନି ତଲାକ ବିଲ୍ ରେ ସଂଶୋଧନ, ମାଜିଷ୍ଟ୍ରେଟ ଜାମିନ ଦେଇପାରିବେ

ନୂଆଦିଲ୍ଲୀ : ତତକ୍ଷଣାତ ଟ୍ରିପିଲ ତଲାକ ବିଲ୍‌ ସଂସଦରେ ଏପର୍ଯ୍ୟନ୍ତ ପାଶ ହୋଇପାରିନଥିବାବେଳେ ସରକାର ଉକ୍ତ ବିଲରେ କେତେକ ସଂଶୋଧନ କରିଛନ୍ତି । ଏଣିକି ଜଣେ ମାଜିଷ୍ଟ୍ରେଟ ଏହି ମାମଲାରେ ଜାମିନ ଦେଇପାରିବେ । କେନ୍ଦ୍ର କ୍ୟାବିନେଟ ଆଜି ଏହାକୁ ମଂଜୁରୀ ଦେଇଛି । ତେବେ ଏହି ଅପରାଧ ଏବେ ବି ଜାମିନ ବିହୀନ ରହିଛି । ସରକାର ଗତ ଡିସେମ୍ବର ମାସରେ ଏହି ବିଲକୁ ଲୋକସଭାରେ ଆଗତ କରିଥିଲେ ମଧ୍ୟ ରାଜ୍ୟସଭାରେ ଅଟକି ରହିଛି ।

ମୁସଲିମ   ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ପାଇଁ ଏକା ଥରକେ ତିନି ତଲାକ ମାଧ୍ୟମରେ ଛାଡ଼ପତ୍ର ପ୍ରଥାକୁ ଏହି ବିଲ୍ରେ ସଂପୂର୍ଣ୍ଣ ବେଆଇନ ଘୋଷଣା କରାଯିବା ସହ ଏହାକୁ ଅପରାଧିକ ମାମଲା ଭାବେ ଗ୍ରହଣ କରି ତଦନୁଯାୟୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଓ ଜୋରିମାନା ବ୍ୟବସ୍ଥା ହୋଇଛି। ଶୀତ ଅଧିବେଶନରେ ଏହି ବିଲ୍ ଲୋକସଭାରେ ସୁରୁଖୁରୁରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନଥିବାରୁ ଏହା ପାରିତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର