ପିଓକେରୁ ପଳାଇ ଆସିଥିବା ୫,୩୦୦ ପରିବାରଙ୍କ ନିମନ୍ତେ ୫.୫ ଲକ୍ଷ ଟଙ୍କା ଘୋଷଣା କଲା କେନ୍ଦ୍ର

ଶ୍ରୀନଗର: ୧୯୪୮ ମସିହାରେ ପାକ୍‌ ଅଧକୃତ କଶ୍ମୀର(ପିଓକେ)ରୁ ପଳାଇ ଆସିଥିବା ୫,୩୦୦ ପରିବାରଙ୍କ ନିମନ୍ତେ ବୁଧବାର କେନ୍ଦ୍ର ସରକାର ୫.୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ବି ଏହିସବୁ ପରିବାର ଜମ୍ମୁ-କଶ୍ମୀରର ‘ବିସ୍ଥାପିତ ସୂଚୀ’ରେ ସ୍ଥାନ ପାଇନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉନ୍ନୟନ ପ୍ୟାକେଜ୍‌ ଅଧୀନରେ ଏହି ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ ‘ବହୁ ବର୍ଷ ଧରି ଏକ ଭୁଲ୍‌ ଇତିହାସ ରଚନା ହୋଇଛି। ତାହାକୁ ସୁଧାରିବା ପାଇଁ ସରକାର ପ୍ରତ୍ୟେକ ପରିବାରକୁ ୫.୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଦେବାକୁ ଚିନ୍ତା କରିଛନ୍ତି।’

ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାର ୨ ମାସ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏପରି ଏକ ଘୋଷଣା କରିଛି। ଜମ୍ମୁ-କଶ୍ମୀର ବିକାଶ ଦିଗରେ ଏହା ପ୍ରଥମ ପଦକ୍ଷେପ ବୋଲି ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ।

ଉଲ୍ଲେଖଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରେ ଯେଉଁ ସବୁ କଟକଣା ଲାଗିଥିଲା ତାହା ସବୁ ଧୀରେ ଧୀରେ କମ୍‌ ହେବାକୁ ଲାଗୁଛି।

ସମ୍ବନ୍ଧିତ ଖବର