କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢ଼ାଇଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ୨% ମହଙ୍ଗା ଭତ୍ତା ବୃଦ୍ଧିକୁ ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍‌ ମଞ୍ଜୁର କରିଛି। ଗତ ଜୁଲାଇ ମାସ ଠାରୁ ଏହା ଲାଗୁ ହେବ।

ପୂର୍ବରୁ କେନ୍ଦ୍ର ସରକାରୀ ଚାକିରିଆମାନେ ୭% ମହଙ୍ଗା ଭତ୍ତା ପାଇଥିଲେ। ଏବେ ତାହା ୯% ହେଲା। ମାର୍ଚ ମାସରେ କେନ୍ଦ୍ରୀୟ କ୍ୟାବିନେଟ୍‌ ମହଙ୍ଗା ଭତ୍ତା ୫%ରୁ ୭%କୁ ବୃଦ୍ଧି କରାଇଥିଲା।

ଚଳିବା ପାଇଁ ଦିଆ ଯାଉଥିବା ମହଙ୍ଗା ଭତ୍ତା ସରକାରୀ କର୍ମଚାରୀଙ୍କ ସମେତ ପେନ୍‌ସନ୍‌ଧାରୀଙ୍କୁ ଦିଆ ଯାଇଥାଏ। ଦେଶର ମୁଦ୍ରସ୍ଫୀତି ଧାରାକୁ ଚାହିଁ କର୍ମଚାରୀମାନଙ୍କ ଉପରୁ ଆର୍ଥିକ ଚାପ କମାଇବାକୁ ମହଙ୍ଗା ଭତ୍ତା ଦିଆଯାଇଥାଏ।

ସମ୍ବନ୍ଧିତ ଖବର