ତିନି ତଲାକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ: ତିନି ତଲାକ ବିଲ ରାଜ୍ୟସଭାରେ ଅଟକିବା ପରେ କେନ୍ଦ୍ର କ୍ୟାବିନେଟ ଆଜି ଏ ନେଇ ଏକ ଅଧ୍ୟାଦେଶ ଜାରି କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ପାରିତ କରିବାରେ ବିଫଳ ହୋଇଥିଲେ । ବିଲଟି ଲୋକସଭାରେ ପାଶ ହୋଇଥିଲେ ମଧ୍ୟ ରାଜ୍ୟସଭାବେ ଅଟକିରହିଛି । ଅଧ୍ୟାଦେଶ ଆସିବା ପରେ ସରକାର ଆସନ୍ତା ୬ ମାସ ମଧ୍ୟରେ ଏହି ବିଲକୁ ସଂସଦର ମଂଜୁରୀ ପାଇଁ ଆଗତ କରିବେ ।

ସମ୍ବନ୍ଧିତ ଖବର