କ୍ୟାବିନେଟ ସଚିବାଳୟରେ ନିଯୁକ୍ତି ପାଇଲେ ଚନ୍ଦ୍ରଶେଖର କୁମାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଆଇଏଏସ ଅଫିସର ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ୩୦ ଜଣ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୧୯୯୨ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଚନ୍ଦ୍ରଶେଖର କୁମାର କ୍ୟାବିନେଟ୍ ସଚିବାଳୟରେ ନିଯୁକ୍ତି ପାଇଛନ୍ତି। ୧୯୯୬ ବ୍ୟାଚ ହିମାଚଳ ପ୍ରଦେଶ କ୍ୟାଡର ଆଇପିଏସ୍ ଅଫିସର ସତୱନ୍ତ ଅଟୱାଲ ତ୍ରିବେଦୀଙ୍କୁ ନାଟଗ୍ରିଡ୍‌ର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ କେରଳ କ୍ୟାଡର ୧୯୯୯ ବ୍ୟାଚ ଆଇଏଏସ ଅଫିସର ଅଶୋକ କୁମାର ସିଂହ ପ୍ରତିରକ୍ଷା ମନ୍ତ୍ରାଳୟରେ, ରାଜସ୍ଥାନ କ୍ୟାଡର ଆଇଏଏସ ଅଫିସର ରଜତ କୁମାରା ମିଶ୍ରଙ୍କୁ ଅର୍ଥ ମନ୍ତ୍ରାଳୟରେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ପକ୍ଷରୁ ନୂଆ ନିଯୁକ୍ତି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧିତ ଖବର