ନାବାଳକ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ପାଇଁ ଅଧ୍ୟାଦେଶ ଜାରି ଉପରେ ଲାଗିଲା କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ: ୧୨ ବର୍ଷ ବୟସରୁ କମ୍‌ ବୟସ୍କ ବାଳିକାମାନଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ଲାଗି ଅଧ୍ୟାଦେଶ ଜାରି କରାଯିବ ବୋଲି ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଏ ନେଇ ପ୍ରଚଳିତ ପୋକ୍ସୋ ଅଇନରେ ସଂଶୋଧନ ଲାଗି ପାର୍ଲାମେଣ୍ଟରେ ବିଲ୍ ଅଣାଯିବ।

ଦେଶବ୍ୟାପୀ ଜନ ଅସନ୍ତୋଷ ଉଦ୍ରେକ କରିଥିବା କାଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ଘଟଣା ପରେ ଏ ଭଳି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଅାଯାଇଛି।

ଶୁକ୍ରବାର ଦିନ ସରକାର ମଧ୍ୟ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଥିଲେ କି, ୧୨ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ଦୋଷୀ ସାବ୍ୟସ୍ତଙ୍କ ପାଇଁ ଥିବା ଆଇନ୍‌ରେ ସଂଶୋଧନ ପାଇଁ ବିଚାର କରାଯାଉଛି। ଏବେ ପାର୍ଲାମେଣ୍ଟ୍‌ରେ ଅଧିବେଶନ ଚାଲି ନ ଥିବାରୁ ପରିସ୍ଥିତିର ଗରୁତ୍ୱ ଉପଲବ୍ଧି କରି ପିଓଏସ୍‌ସିଓ ଆକ୍ଟ୍‌ ୨୦୧୨ ସଂଶୋଧନ ପାଇଁ ଅଧ୍ୟାଦେଶ ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶୁକ୍ରବାର  ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଜଣେ ଅଧିକାରୀ କହିଥିଲେ।

ସମ୍ବନ୍ଧିତ ଖବର