କ୍ୟାଡବୋରି ଚକୋଲେଟରେ ପୋକ ମିଳିବାରୁ ୫୦,୦୦୦ ଜରିମାନା
ଗୁଣ୍ଟୁର: କ୍ୟାଡବୋରି ଚକୋଲେଟର ସହଯୋଗୀ କମ୍ପାନି ‘ମୋଡେଲେଜ୍ ଇଣ୍ଡିଆ ଫୁଡସ୍ ପ୍ରାଇଭେଟ୍ ଲିମିଟେଡ୍’କୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ଉପଭୋକ୍ତା ମଞ୍ଚ ବ୍ୟାକ୍ଟେରିଆ ଦୂଷିତ ଯୁକ୍ତ ଚକୋଲେଟ ଯୋଗାଣ ସମ୍ପର୍କରେ ଅଭିଯୋଗକୁ ସତ୍ୟ ପ୍ରମାଣ କରି ୫୦,୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ଏଥି ସହିତ କଜ୍ୟୁମର ଫୋରମ ଅଭିଯୋଗକାରିଣୀଙ୍କୁ ୫୦୯୦ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ ବ୍ରୋଡିପେଟ ନିବାସୀ ଡାର୍ଲା ଅନୁପମାଙ୍କ ଅଭିଯୋଗ ଅନୁସାରେ ୨୦୧୬ ଜୁଲାଇ ୧୭ରେ ସେ ନିକଟସ୍ଥ ଏକ ଦୋକାନରୁ କ୍ୟାଡବୋରି ଡାୟରୀ ମିଲକ୍(ରୋଷ୍ଟ ଆଲମୋଣ୍ଡ)ର ୨ଟି ଚକୋଲେଟ କିଣିଥିଲେ। ଏହି ଚକୋଲେଟ କ୍ୟାଡବୋରିର ସ୍ୱାଦ ଠାରୁ ସମ୍ପୁର୍ଣ୍ଣ ଅଲଗା ଥିଲା। ପରେ ଅନୁପମା ୨ୟ ଚକୋଲେଟକୁ ଟେଷ୍ଟ କରିଥିଲେ। ତାହା ମଧ୍ୟ ଖରାପ ସ୍ୱାଦ ଥିଲା। ଗୋଟିଏ ଚକୋଲେଟରୁ ପୋକ ବହାରି ଥିବା ଅନୁପମା ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଅନୁପମା ମୋଡେଲେଜ୍ କମ୍ପାନି ବିରୋଧରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ସମୟରେ ସେ ଏକ ଫଟୋକୁ ଆଟାଚ କରିବାକୁ ମଧ୍ୟ ଭୁଲି ନ ଥିଲେ। ଏହା ପରେ କମ୍ପାନୀ ପକ୍ଷରୁ ଜଣେ କର୍ମଚାରୀ ଅନୁପମାକୁ ସାକ୍ଷାତ କରି ମାମଲା ଆଗକୁ ନ ନେବାକୁ ଅନୁରୋଧ କରିଥିଲେ।
ଗତ ବର୍ଷ ଅଗଷ୍ଟ ୬ରେ ଅନୁପମା ଉପଭୋକ୍ତା ମଞ୍ଚରେ ଅଭିଯୋଗ ଆଣିଥିଲେ, ସେହି ଚକୋଲେଟ କିଣିବା ନେଇ ମାନସିକ ଚାପରେ ପଡ଼ିଥିଲେ। ସେଥିପାଇଁ ସେ ୫ଲକ୍ଷ ଟଙ୍କା ଦାବି କରିଥିଲେ। ଏ ନେଇ ଉପଭୋକ୍ତା ଫୋରମ ପକ୍ଷରୁ ଚକୋଲେଟ ଉତ୍ପାଦନକାରୀ କମ୍ପାନି ଓ ବିକ୍ରେତାକୁ ନୋଟିସ ଜାରି କରାଯାଇଥିଲା। ବିକ୍ରେତା ଅଭିଯୋଗ କରିଥିଲେ ଯେ, ଚକୋଲେଟ ଦୂଷିତ ହେବାର ତାଙ୍କର କୌଣସି ଭୂମିକା ନାହିଁ।
ଅନୁପମା ୨୦୧୬ ଜୁଲାଇ ୧୭ରେ ସେ ନିକଟସ୍ଥ ଏକ ଦୋକାନରୁ କ୍ୟାଡବୋରି ଡାୟରୀ ମିଲକ୍(ରୋଷ୍ଟ ଆଲମୋଣ୍ଡ)ର ୨ଟି ଚକୋଲେଟ କିଣିଥିଲେ ଯାହା କି କ୍ୟାଡବୋରିର ସ୍ୱାଦ ଠାରୁ ସମ୍ପୁର୍ଣ୍ଣ ଅଲଗା ଥିଲା। ଗୋଟିଏ ଚକୋଲେଟରୁ ପୋକ ବହାରି ଥିବା ଅନୁପମା ମୋଡେଲେଜ୍ କମ୍ପାନି ବିରୋଧରେ ଆଣିଥିଲେ।
କମ୍ପାନି ପକ୍ଷରୁ ମାମଲାର ପରିଚାଳନା କରୁଥିବା ଓକିଲ ଦାବି କରିଥିଲେ ଅଭିଯୋଗକାରିଣୀ ଅଭିଯୋଗ ସମୟରେ ଦୂଷିତ ଚକୋଲେଟର ନମୂନା ଜମା କରି ନଥିଲେ। ତେଣୁ ଏଭଳି ଅଭିଯୋଗ ଗ୍ରହଣୀୟ ନୁହେଁ। କମ୍ପାନି ପକ୍ଷରୁ ମଧ୍ୟ ଅଭିଯୋଗକୁ ଗ୍ରହଣ କରାଯାଇ ନାହିଁ।
ଶେଷରେ ଉପଭୋକ୍ତା ମଞ୍ଚ ମୋଡେଲାଇଜ କମ୍ପାନିର ଅବହେଳା ଯୋଗୁଁ ଚକୋଲେଟରେ ପୋକ ମିଳିଥିବା ବେଳେ ସ୍ୱାଦ ଖରାପ ରହିଛି ବୋଲି ଯୁକ୍ତି ବାଢ଼ିଛି। ସେଥିପାଇଁ ୫୦,୦୦୦ଟଙ୍କା ଜରିମାନ, ଅଭିଯୋଗକାରିଣୀଙ୍କୁ ୫୦୦୦ଟଙ୍କା ଓ ୨ଟି ଚକୋଲେଟର ମୂଲ୍ୟ ୯୦ଟଙ୍କା ଦେବା ପାଇଁ ଆଦେଶ ଦେଇଛି।