ନକ୍ସଲ ସଙ୍ଗଠନର ମିଲିଟାରି ମୁଖ୍ୟ ଓ ପତ୍ନୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ନକ୍ସଲ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି। ଆନ୍ଧ୍ର-ଓଡ଼ିଶା ସ୍ୱତନ୍ତ୍ର ଯୁଗ୍ମ କମିଟିର ସମ୍ପାଦକ ନରସିଂହ ରେଡ୍ଡି ଓରଫ ଜପନ୍ନା ଓ ତାଙ୍କ ପତ୍ନୀ ରଜିତା ଗତକାଲି ରାତିରେ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜପନ୍ନାଙ୍କ ନାମରେ ବିଭିନ୍ନ ରାଜ୍ୟ ସରକାର ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରଥିଲେ। ଜପନ୍ନା ବର୍ତ୍ତମାନ ନକ୍ସଲ ସଙ୍ଗଠନର ଓଡ଼ିଶା ରାଜ୍ୟ କମିଟିର ମିଲିଟାରି ମୁଖ୍ୟ ସହିତ କନ୍ଧମାଳ, କଳାହାଣ୍ଡି, ବୈଦ୍ଧ ଓ ନୟାଗଡ଼ ଡିଭିଜନ୍‌ର ମୁଖ୍ୟ ଭରବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର