ସିଏଜି ରିପୋର୍ଟରେ ରାଫେଲ ବିମାନର ମୂଲ୍ୟ, ଅଫସେଟ କଣ୍ଟ୍ରାକ୍ଟ ସଂପର୍କରେ ଉଲ୍ଲେଖ ରହିବ ନାହିଁ

ନୂଆଦିଲ୍ଲୀ : ଫ୍ରାନ୍ସରୁ ରାଫେଲ ବିମାନ କିଣା ମାମଲାରେ ଆସନ୍ତା ଜାନୁୟାରୀ ମାସରେ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଜର ଅଡିଟ ରିପୋର୍ଟ ପ୍ରକାଶ କରିବେ । ଏହି ରିପୋର୍ଟ ଉପରେ ସମସ୍ତଙ୍କ ଆଖି ରହିଛି । କାରଣ ଏହା ଉପରେ ଆଗାମୀ ଦିନର ରାଜନୈତିକ ବାତାବରଣ ନିର୍ଭର କରିବ । ତେବେ ଏହି ରିପୋର୍ଟରେ ରାଫେଲ ବିମାନର ମୂଲ୍ୟ ସଂପର୍କିତ ତଥ୍ୟ ଓ ରିଲାଏନ୍ସ ନାଭାଲ ଏଣ୍ଡ ଇଂଜିନିୟରିଂ କୁ ଦିଆଯାଇଥିବା ଅଫସେଟ୍‌ କଣ୍ଟ୍ରାକ୍ଟ ସଂପର୍କିତ ବିବରଣୀ ରହିବ ନାହିଁ ବୋଲି ଜଣାପଡିଛି ।

କେବଳ ସରକାରୀ ନୀତିନିୟମ ଓ ପ୍ରକ୍ରିୟା ପାଳନ ହୋଇଛି କି ନାହିଁ ଓ ସରକାରଙ୍କର କୌଣସି ଆର୍ଥିକ କ୍ଷତି ହୋଇଛି କି ନାହିଁ ସେ ସଂପର୍କରେ ଏଥିରେ ଉଲ୍ଲେଖ ରହିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ରିପୋର୍ଟରେ କେବଳ ରାଫେଲ ଡିଲ ନୁହେଁ, ଆଉ କେତେକ ଡିଫେନ୍ସ ଡିଲ ଉପରେ ଅଡିଟ ଯାଞ୍ଚ ରିପୋର୍ଟ ଉଲ୍ଲେଖ ରହିବ ବୋଲି ଜଣାପଡିଛି । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର