ସିଆଚେନ୍‌ର ଭୟଙ୍କର ଜଳବାୟୁରେ ଦେଶର ସୁରକ୍ଷା କରୁଥିବା ଯବାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଓ ଖାଦ୍ୟ ଦିଆଯାଉନାହିଁ : ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ଭାରତର ନେତା, ଅଫିସର ନିଜ ନିଜର ସୁଖସୁବିଧା ପାଇଁ ସବୁବେଳେ ଯତ୍ନବାନ ରହୁଥିବାବେଳେ ଦୁର୍ଗମ ସ୍ଥାନରେ ରହି ଦେଶର ସୁରକ୍ଷା କରୁଥିବା ଯବାନମାନଙ୍କ କଥା ଭୁଲିଯାଉଛନ୍ତି । ସିଆଚେନ ଓ ଲଦାଖରେ ଅତି ପ୍ରତିକୂଳ ଜଳବାୟୁ ମଧ୍ୟରେ ଦେଶର ସୀମାର ସୁରକ୍ଷା କରୁଥିବା ଯବାନମାନଙ୍କ ସର୍ବନିମ୍ନ ସୁରକ୍ଷା ଉପକରଣ ଯୋଗାଇଦେବାକୁ ଅବହେଳା କରାଯାଉଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି ।

ଭାରତୀୟ ପ୍ରତିରକ୍ଷା ବାହିନୀ ଉପରେ ପ୍ରସ୍ତୁତ ନିଜର ଅଡିଟ୍‌ ରିପୋର୍ଟରେ ସିଏଜି କହିଛନ୍ତି ଯେ ସିଆଚେନର ପ୍ରବଳ ଥଣ୍ଡାରେ ମୁତୟନ ଥିବା ସେନା ଯବାନମାନଙ୍କ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଜୋତା, ଜ୍ୟାକେଟ୍‌ ଓ ଚଷମା ଆଦି ଠିକ ଭାବରେ ଯୋଗାଇଦିଆଯାଉନାହିଁ । ଏହା ଦ୍ୱାରା ସେମାନେ ବିପଦର ସମ୍ମୁଖୀନ ହେଉଛନ୍ତି । ଆହୁରି ଦୁର୍ଭାଗ୍ୟଜନକ କଥା ଏହି ରିପୋର୍ଟରେ କୁହାଯାଇଛି । ତାହା ହେଉଛି ଯବାନମାନଙ୍କୁ ଅତିଉଚ୍ଚରେ ଥିବା ଓ ଥଣ୍ଡାଜଳବାୟୁରେ ଶରୀରକୁ ଶକ୍ତିଦେଉଥିବା ଆବଶ୍ୟକ କ୍ୟାଲୋରୀଯୁକ୍ତ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉନାହିଁ ।
ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଜଳବାୟୁ ପାଇଁ ଆବଶ୍ୟକ ଉପକରଣ ଦେଶରେ ନିର୍ମାଣ ହେଉନଥିବାରୁ ସେଗୁଡ଼ିକୁ ବାହାରୁ ଆମଦାନୀ କରାଯାଉଛି ।

ସମ୍ବନ୍ଧିତ ଖବର