ମହରମ ପରେ ଦୁର୍ଗାମୂର୍ତ୍ତି ବିଜର୍ସନକୁ ରଦ୍ଧ କଲା ହାଇକୋର୍ଟ

କୋଲକାତା: ମହରମ ପରେ ଦୁର୍ଗା ମୂର୍ତ୍ତି ବିସର୍ଜନ କରିବା ପାଇଁ ମମତା ବନାର୍ଜୀ ସରକାରଙ୍କ ନିଷ୍ପତ୍ତିକୁ କାଲକାଟା ହାଇକୋର୍ଟ ଗୁରୁବାର ରଦ୍ଧ କରି ଦେଇଛନ୍ତି। ମମତା ସରକାରଙ୍କ ପାଇଁ ଏହି ନିଷ୍ପତ୍ତି କୌଣସି ଝଟକା ଠାରୁ କମ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
କୋର୍ଟ ଏହି ମାମଲାର ଶୁଣାଣି କରିବା ସମୟରେ ଗୁରୁବାର କହିଛନ୍ତି, ସରକାର ଲୋକମାନଙ୍କ ଆସ୍ଥାରେ ଦଖଲ କରିପାରିବେ ନାହିଁ। ସରକାରଙ୍କ ପାଖରେ ଅଧିକାର ରହିଛି, ତା’ମାନେ ନୁହେଁ କୌଣସି କାରଣ ନଥାଇ ଶକ୍ତି ପ୍ରଦର୍ଶନ କରିବେ।
ଉଲ୍ଲେଖଯୋଗ୍ୟ, କାଲକାଟା ହାଇକୋର୍ଟ ଏହି ମାମଲା ଉପରେ ବୁଧବାର ବି ଶୁଣାଣି କରି ମମତା ସରକାରଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ । କୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କହିଛନ୍ତି, ଯଦି ଆପଣ ଦାବି କରୁଛନ୍ତି ରାଜ୍ୟରେ ସଂପ୍ରାଦାୟିକ ବିବାଦ ଅଛି ତେବେ ପୁଣି ଆପଣ ଦୁଇ ସମୁଦାୟ ମଧ୍ୟରେ ସାଂପ୍ରଦାୟିକ ବିବାଦ କାହିଁକି ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି?
ସମ୍ବନ୍ଧିତ ଖବର