କେମ୍ବ୍ରିଜ୍‌ ଆନାଲିଟିକାକୁ ତଥ୍ୟ ବିକିଛି ଟ୍ଵିଟର

ନୂଆଦିଲ୍ଲୀ : ଖାଲି ଫେସବୁକ୍‌ ନୁହେଁ ଟ୍ଵିଟର ବି ଧୋକା ଦେଇଛି। ୟୁଜରଙ୍କ ତଥ୍ୟ ଚୋରି କରି କେମ୍ବ୍ରିଜ୍‌ ଆନାଲିଟିକାକୁ ବିକିଛି। ଗତ କିଛିଦିନ ପୁର୍ବେ ସାରା ଦେଶରେ ସୋସିଆଲ ମିିଡିଆ ସାଇଟ୍‌ ଫେସବୁକ୍‌ ତଥ୍ୟ ଚୋରି ଦୁର୍ନୀତି ଘଟଣା ଚହଳ ପକାଇ ଦେଇଥିଲା। ତେବେ ଏକ ରିପୋର୍ଟରୁ ଜଣାଯାଇଛି ଯେ ଟ୍ଵିଟର ୨୦୧୫ ମସିହାରେ କେବଳ ଗୋଟିଏ ଦିନ ପାଇଁ କେମ୍ବ୍ରିକ୍‌ ଆନାଲିଟିକାର ପୂର୍ବତନ ବିଶେଷଜ୍ଞ ଆଲେକଜାଣ୍ଡର କୋଗାନ୍‌ ଏବଂ ତାଙ୍କ କମ୍ପାନି ଜିଏସଆରକୁ ଏହାର ୟୁଜରଙ୍କ ତଥ୍ୟ ବିକିଥିଲା। କୋଗାନ୍‌ ଏବଂ ତାଙ୍କ କମ୍ପାନି ଜିଏସ ଦ୍ୱାରା ଆରମ୍ଭ ହୋଇଥିବା ଏକ କ୍ୱିଜ୍‌ ଆପ୍‌ ଲକ୍ଷ ଲକ୍ଷ ଫେସବୁକ୍‌ ୟୁଜରଙ୍କ ତଥ୍ୟ ସେମାନଙ୍କ ଅଜାଣତରେ ସଂଗ୍ରହ କରିଛି। ତେବେ ଜିଏସଆର ୨୦୧୫ ମସିହାରେ କେବଳ ଗୋଟିଏ ଦିନ ପାଇଁ ଏହି ତଥ୍ୟ ସଂଗ୍ରହ କରିଥିଲା।

ସମ୍ବନ୍ଧିତ ଖବର