କାନାଡାରେ ଅଜଣା ଆତତାୟୀଙ୍କ ଗୁଳି ଚାଳନାରେ ୪ ମୃତ; ଜନସାଧାରଣଙ୍କୁ ଘର ଭିତରେ ରହିବାକୁ ପୁଲିସ୍‌ ପକ୍ଷରୁ ସତର୍କ ସୂଚନା ଜାରି 

ଟୋରୋଣ୍ଟୋ (କାନାଡା): କିଛି ଅଜଣା ଆତତାୟୀ କାନାଡାର ଫ୍ରିଡ୍ରିକ୍‌ଟନ୍‌ ଅଞ୍ଚଳରେ ଆଜି ପୂର୍ବାହ୍ନ ୯ଟା ୩୦ ମିନିଟ ସମୟରେ ଅନ୍ଧାଧୁନ୍ଦ ଗୁଳିଚାଳନା କରିବା ଫଳରେ ଅତିକମରେ ୪ ଜଣ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଛି। ଏବେବି ଏହି ଅଜଣା ଆତତାୟୀମାନେ ଆଉ କିଛି ସ୍ଥାନରେ ଆତ୍ମଗୋପନ କରି ରହିବା ସହ ଗୁଳି ଚାଳନା ଜାରି ରଖିଛନ୍ତି। ଏ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରିଡ୍ରିକ୍‌ଟନ ପୁଲିସ୍‌ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରାଯାଇ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ନିଜ ନିଜ ଘର ଭିତରେ ଆତ୍ମଗୋପନ କରି ସୁରକ୍ଷିତ ରହିବା ସହ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ଯଦି କୌଣସି ଅଜଣା ଓ ଅଜ୍ଞାତ ବ୍ୟକ୍ତିକୁ ସନ୍ଦେହଜନକ ଅବସ୍ଥାରେ ଦେଖନ୍ତି, ତେବେ ତା’ର ଫଟୋ ଓ ଭିଡିଓ ଚିତ୍ର ଉତ୍ତେଳନ କରି ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଜଣାଇବା ପାଇଁ ଜାରି ସତର୍କ ସୂଚନାରେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଏବେବି ସହରର ବିଭିନ୍ନ ସ୍ଥାନରେ ଅଜଣା ଆତତାୟୀ ମାନଙ୍କର ଗୁଳି ଚାଳନା ଜାରି ରହିଥିବାରୁ ପୁଲିସ୍‌ ପକ୍ଷରୁ ଏ ସଂପର୍କରେ ଆଉ କୌଣସି ଅଧିକ ସୂଚନା ମିଳିପାରି ନାହିଁ।

ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର