ଜିପିଏସ୍‌ ଦେଖି ନୂଆ ଗାଡ଼ି ଚଳାଉଥିବା ବେଳେ ୫୦ଫୁଟ ତଳକୁ ଖସିପଡ଼ିଲେ, ଅଳ୍ପକେ ବର୍ତ୍ତିଲେ ଚାରି ଯୁବକ

ଲକ୍ଷ୍ମୌ: ଲକ୍ଷ୍ମୌ: ଉତ୍ତରପ୍ରଦେଶରର ଲକ୍ଷ୍ମୌ-ଆଗ୍ରା ଏକ୍ସପ୍ରେସ୍‌ େଓ୍ଵର ସର୍ଭିସ୍‌ ଲେନ୍‌ ଭୁଷୁଡି ଯିବା ହେତୁ ଏକ ଏସ୍‌ୟୁଭି କାର ୫୦ଫୁଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସର ରେସ୍‌କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଯାବତ୍‌ କାରରେ ଥିବା ଚାରିଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। କାର ଏବେ ବି ସେଠାରେ ଫସି ରହିଛି।

ସୂଚନାଯୋଗ୍ୟ, ଏଭଳି ଏକ ଘଟଣା ଆଗ୍ରାର ଡୋକି ଅଞ୍ଚଳରେ ଓ୍ଵାଜିଦପୁର ପୁଲିୟା ନିକଟରେ ଘଟିଛି। ସ୍ଥାନୀୟଲୋକଙ୍କ କହିବାନୁସାରେ, କାରରେ ଥିବା ମହମ୍ମଦ ନୁର ଶାହ ନିଜର ତିନିଜଣ ସାଙ୍ଗ ସହିତ ମୁମ୍ବାଇରୁ କାର କିଣି କନ୍ରୋଜ ଅଭିମୁଖେ ଯାଉଥିଲେ। ରାସ୍ତା ଠିକ୍‌ ଭାବେ ଜାଣି ନଥିବାରୁ ସେମାନେ ଜିପିଏସ୍‌ ଜରିଆରେ ସୂଚନା ପାଇ ରାସ୍ତାରେ ଆଗକୁ ବଢ଼ୁଥିଲେ। ବୁଧବାର ସକାଳେ ଆଗ୍ରା ସୀମାରେ ପ୍ର୍ରବେଶ କରିବା ସଙ୍ଗେସଙ୍ଗେ ମୋବାଇଲରେ ଇଣ୍ଟରନେଟର ନେଟଓ୍ଵାର୍କ ଫେଲ ହୋଇଯାଇଥିଲା। ଯାହାଫଳରେ ସେମାନେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ େଓ୍ଵ ଦେଇ ଯାଇ ସର୍ଭିସ୍‌ ରୋଡରେ ପହଞ୍ଚି ଯାଇଥିଲେ। ହଠାତ୍‌ ଚାଳକ ସର୍ଭିସ୍‌ ଲେନ୍‌ରେ ଏକ ଗାଢ଼ା ଦେଖିବାକୁ ପାଇଥିଲେ, ସଙ୍ଗେସଙ୍ଗେ ସେ ବ୍ରେକ୍‌ ଦବାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଗାଡ଼ିର ବେଗ ଅଧିକ ଥିବାରୁ ଗାଢ଼ା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଓ କାର ତଳରୁ ମାଟି ଭୁଷୁଡି ପଡ଼ିଥିଲା। କାର ଭିତରେ ଚାଳକ ସମେତ ଅନ୍ୟ ତିନିଜଣ ୫୦ଫୁଟ ତଳକୁ ଖସି ପଡ଼ିଥିଲେ। ସମସ୍ତେ ଏବେ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର