ଦୁର୍ଘଟଣାରେ କାର୍‌ ରାସ୍ତାରୁ ଛିଟିକି ଘର ଛାତରେ ଯାଇ ଲାଖିଲା, ଅଳ୍ପକେ ବର୍ତ୍ତିଲେ ୭ଜଣ ଯାତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗତ ସୋମବାର ଦ୍ରୁତଗତିରେ ଆସୁଥିବା ଏକ କାର ରାସ୍ତାରୁ ଛିଟିକି ଏକ ଗ୍ରୋସରି ଷ୍ଟୋର ଛାତ ଉପରେ ଯାଇ ଲାଖିଥିଲା। ସୌଭାଗ୍ୟବଶତଃ ଏହି ଗାଡ଼ି ଭିତରେ ଥିବା ୭ ଜଣ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ। କରିମନଗର ଅଞ୍ଚଳରେ ଏକ ଫ୍ଲାଗ୍‌ ପୋଷ୍ଟ ସହିତ ଧକ୍କା ଖାଇବା ପରେ କାରଟି ଏକ ଗ୍ରୋସରି ଷ୍ଟୋର ଛାତ ଉପରେ ଯାଇ ଲାଖି ଯାଇଥିଲା। କାରରେ ଏୟାରବ୍ୟାଗ୍‌ ନ ଥିବା ସତ୍ତ୍ୱେ କେହି ବି ଏଥିରେ ଗମ୍ଭୀର ଭାବେ ଆହତ ହୋଇ ନ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ମାରୁତି ସୁଇଫ୍ଟକୁ ୪୫ ବର୍ଷୀୟ ଏନ୍‌ ଭୂଷଣ କୁମାର ଚଳାଉଥିଲେ। ଏହି ସମୟରେ ଗୁଣ୍ଡଲାପଲ୍ଲୀ ଗ୍ରାମ ନିକଟରେ ଭୂଷଣ ଏକ ମୋଟରସାଇକେଲକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁ ଥିବା ସମୟରେ ରାସ୍ତାର ବାମପାର୍ଶ୍ୱକୁ କାର୍‌ଟି ଭାରସାମ୍ୟ ହରାଇ ମାଡି ଯାଇଥିଲା। ଏହି ସମୟରେ ରାସ୍ତାରେ ଥିବା ଫ୍ଲାଗ୍‌ପୋଷ୍ଟରେ ଯାଇ କାର ଧକ୍କା ଖାଇଥିଲା। ଏହି ଧକ୍କା ଏତେ ଜୋରରେ ଥିଲା କି କାର୍‌ଟି ଏକ ଗ୍ରୋସରି ଷ୍ଟାର ଛାତ ଉପରେ ଯାଇ ଲାଖି ଯାଇଥିଲା। ଏହି ଦୁର୍ଘଟଣାରେ ଭୂଷଣ, ତାଙ୍କ ପତ୍ନୀ ସ୍ୱରୁପା, ପୁଅ ସଚିନ୍ଦ୍ର, ଭୂଷଣଙ୍କ ମାତା-ପିତା ଓ ସ୍ୱରୁପାଙ୍କ ମାତା-ପିତାଙ୍କୁ ସାମନ୍ୟ ଆଘାତ ଲାଗିଥିଲା।

ସମ୍ବନ୍ଧିତ ଖବର