ବ୍ରେକ୍‌ ବଦଳରେ ଚାପିଦେଲେ ଆକ୍ସିଲେଟର : ଚତୁର୍ଥ ମହଲାରେ ଏକ ଘଣ୍ଟା କାର ସହ ଲଟକି ରହିଲେ ମହିଳା, ତା’ପରେ କ’ଣ ହେଲା ଦେଖନ୍ତୁ

ସାଣ୍ଟା ମୋନିକା : ଆମେରିକାର କାଲିଫର୍ଣ୍ଣିଆରେ ଥିବା ଏକ ମଲ୍‌ଟିଲେବଲ ପାର୍କିଙ୍ଗରେ ଏମିତି ଏକ ଘଟଣା ଘଟିଛି, ଯାହା ସେଠାରେ ଉପସ୍ଥିତ ଥିବା ଲୋକାମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜଣେ ୬୦ବର୍ଷିୟ ମହିଳାଙ୍କ ଛୋଟ ଭୁଲ ପାଇଁ ତାଙ୍କ କାର୍‌ ୪ମହଲା ଉପରେ ପ୍ରାୟ ଏକ ଘଣ୍ଟା ଝୁଲି ରହିଥିଲା । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ଏମିତି କେମିତି ହେଲା ବୋଲି ଭାବି ବିସ୍ମିତ ହୋଇଯାଇଥିଲେ । ମହିଳାଙ୍କୁ ବଞ୍ଚାଇବାର ଚେଷ୍ଟା କରି ଏକ ଘଣ୍ଟା ପରେ ସଫଳ ହୋଇଥିଲା ଫାୟାର ଫାଇଟର୍ସା ଏହା ପରେ ମହିଳାଙ୍କୁ ସୁରକ୍ଷିତ ଭାବରେ କାର ସହ ଉପରୁ ତଳକୁ ଅଣା ଯାଇଥିଲା ।

 ସୂଚନା ମୁତାବକ, ମହିଳା ଜଣଙ୍କ କାଲିଫର୍ଣ୍ଣିଆରେ ଥିବା ମଲ୍‌ଟିଲେବଲ ପାର୍କିଙ୍ଗ୍‌ର ଚତୁର୍ଥ ମହଲାରେ ନିଜ ଗାଡ଼ି ପାର୍କ କରିଥିଲେ । କାମ ସାରି ଗାଡ଼ି ବାହାର କରିବା ବେଳେ ସେ ଷ୍ଟାର୍ଟ କରିବା ସମୟରେ ବ୍ରେକ୍‌ ମାରିବା ପରିବର୍ତ୍ତେ ଭୁଲରେ ଆକ୍ସିଲେଟର ଉପରେ ତାଙ୍କ ଗୋଡ଼ ପଡ଼ି ଯାଇଥିଲା । ଯାହା ଫଳରେ ଗାଡ଼ିଟି ଦୃତ ବେଗରେ ଆଗକୁ ବଢ଼ି ଚତୁର୍ଥ ମହଲାରେ ଅଧା ଝୁଲି ରହିଥିଲା । ତୁରନ୍ତ ଏ ନେଇ ଫାୟାର ଫାଇଟର୍ସଙ୍କୁ ଖବର ଦିଆଯିବା ପରେ ସେମାନେ ସେଠାରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର