ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ କାରକେଡରେ ଯାଉଥିବା କାର ଧକ୍କାରେ ବାଳକ ମୃତ

ଜୟପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ସର ସଂଘଚାଳକ ମୋହନ ଭାଗବତଙ୍କ କାରକେଡରେ ଯାଉଥିବା ଏକ କାର ଧକ୍କାରେ ଆଜି ଜଣେ ୬ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ରାଜସ୍ଥାନର ଅଲଓ୍ଵାର ଜିଲ୍ଲା ହରସୋଲି ମୁଣ୍ଡାବର ରୋଡରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ପୁଷ୍କରଠାରେ ଆରଏସଏସର ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହେଉଛି । ସେଠାରେ ଯୋଗ ଦେବାକୁ ଭାଗବତ ଏବେ ତିନିଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି । ଏହି ବୈଠକରେ ଯୋଗ ଦେଇ ସେ ହରସୋଲି ମୁଣ୍ଡାବର ରୋଡରେ ଯାଉଥିବାବେଳେ ତାଙ୍କ କାରକେଡରେ ଯାଉଥିବା ଏକ କାର ସହ ଏକ ବାଇକର ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ସ୍ଥାନୀୟ ସରପଂଚ ଚେତରାମ ଯାଦବ ଗୁରୁତର ଆହତ ହେବା ସହ ତାଙ୍କ ସହିତ ଯାଉଥିବା ତାଙ୍କ ନାତି ସଚିନ ଯାଦବର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର